ଗପ
ଶପଥ

ଆଜି ଅଗଷ୍ଟ ପନ୍ଦର । ସୁନିତା ସକାଳୁ ଉଠିଲା । ନିତ୍ୟକ୍ରମ ସାରିଦେଲା । ହାତରେ ଜାତୀୟ ପତାକା ଧରିଲା । ସ୍କୁଲକୁ ବାହାରିଲା । ତା ସାଙ୍ଗସାଥୀଙ୍କୁ ଭେଟିଲା । ସ୍କୁଲ ହତା ଭିତରେ ବଡ଼ ପତାକାଟିଏ ପୋତା ହେଇଛି । ପତାକାରେ ଫୁଲ ଵନ୍ଧା ହୋଇଛି । ପ୍ରଧାନ ଗୁରୁଜୀ ଆସିଲେ । ଗୁରୁଜୀ ଗୁରୁମା ଓ ଛାତ୍ରଛାତ୍ରୀ ମାନେ ପତାକା ପାଖରେ ଠିଆ ହେଲେ । ଠିକ୍ ସମୟରେ ପ୍ରଧାନ ଗୁରୁଜୀ ପତାକା ଉତ୍ତୋଳନ କଲେ । ପତାକାରୁ ଫୁଲ ଖସିଲା ।
ପ୍ରଧାନ ଗୁରୁଜୀ ସ୍ୱାଧୀନତା ଦିବସ ବିଷୟରେ ପିଲାଙ୍କୁ ସୂଚନା ଦେଲେ । ସଭିଏଁ ବନ୍ଦେ ମାତରଂ, ମହତ୍ମା ଗାନ୍ଧିକୀ ଜୟ, ଜବାହରାଲାଲ ନେହେରୁକୀ ଜୟ ସ୍ଲୋଗାନ ଦେଲେ । ସୁନିତା ସବୁ ଶୁଣିଲା । ଖୁସି ହେଲା । ଗୁରୁୁଜୀଙ୍କୁ କହିଲା -
: ମୁଁ ପାଠ ପଢ଼ିବି
: ଦେଶ ପାଇଁ ଲଢ଼ିବି ।
: ଏ ମାଟି ମୋର ମା`
: ମା` ପାଇଁ ହେବି ସାହା ।
ଗୁରୁଜୀ କହିଲେ - ସାବାସ୍ ସୁନିତା। ତୋତେ ଆଶୀର୍ବାଦ କରୁଛି । ଏ ଜାତୀୟ ପତାକା ଆମ ଦେଶର ସମ୍ମାନ । ବୀରପଣିଆର ଚିହ୍ନ । ଏ ପତାକା ତଳେ ଶପଥ ନେ । ତୁ ଏ ବୀର ମାଟିର ସନ୍ତାନ । ତୁ ଆମ ସ୍କୁଲର ଗର୍ବ ଓ ଗୈାରବ ।
ସୁନିତା ପତାକାକୁ ଚାହିଁଲା । ହାତରେ ଧରିଥିବା ପତାକାକୁ ଦେଖେଇ ଶପଥ ନେଲା ।
ମୁଁ ଲଢ଼ିବି
ଦେଶ ଗଢ଼ିବି ।
ସଭିଏଁ ତାଳି ମାରିଲେ । ଗୁରୁଜୀ ଗୁରୁମା ସୁନିତାର ମୁଣ୍ଡକୁ ଆଉଁଶି ଶୁଭକାମନା ଜଣେଇଲେ ।
ପିଲାମାନେ ସେଉ ବୁନ୍ଦିଆ ଖାଇଲେ । ହସି ହସି ଘରକୁ ଫେରିଲେ । ସୁନିତା ପତାକାଟିକୁ ହାତରେ ଧରି ଘରକୁ ଫେରିଲା ।
∎
ପାତ୍ରପଡା, ଭୁବନେଶ୍ବର
୭୦୦୮୧ ୪୨୦୪୦

ଲେଖା ସମ୍ପର୍କୀୟ ମତାମତ
ମୋହନ କୁମାର ସ୍ୱାଇଁ
15-08-2025 / 20:32:30
ଖୁବ୍ ସୁନ୍ଦର ଲାଗିଲା