Skip to content
ଶିଶୁ କିଶୋର

କବିତା

ଅନ୍ଧକାର ଘୋଟିଲା

ଅନ୍ଧକାର ଘୋଟିଲା

ଅନ୍ଧକାର ଘୋଟିଲା
ତାରା ଫୁଲ ଫୁଟିଲା
ବସାରୁ ବାହାରି ପେଚା
ବାଦୁଡ଼ିକୁ ଭେଟିଲା।
ବାଦୁଡ଼ିଟି ମଜାରେ
ଧରି ମିଠା, ଖଜାରେ
ଯାଉଥିଲା ବିକିବାକୁ
ପୀରହାଟ ବଜାରେ।
ପେଚା ତାକୁ ଧଇଲା
ମିଠା ଦେବୁ କହିଲା
`ଝିଅ ବାହାଘର ମୋର
ଜାନୁଆରୀ ପହିଲା।`
`ଦେ` ଆଗ ବଇନା
କର ନାହିଁ ବାହାନା
ଆରଥର ବାକି ଅଛି
ଏଯାଏ ତ ଦେଇନା?`
`ଏଇଥର ଶୁଝିବି
ତୋ` କଥା ବୁଝିବି
ଅଭାବୀ-ସଂସାର ମୋର
କେତେ ଆଉ ଯୁଝିବି।`

ଗ୍ରା./ପୋ.-ତୋଟାପଡ଼ା, ଭାୟା-ଘଣ୍ଟେଶ୍ୱର, ଜି.-ଭଦ୍ରକ-୭୫୬୧୨୯
ମୋ. : ୯୯୩୭୬୭୨୭୦୮ E-mail :

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion