Skip to content
ଶିଶୁ କିଶୋର

ଗପ

ବହୁ ଆଡମ୍ବରେ ଲଘୁ କ୍ରିୟା

ବହୁ ଆଡମ୍ବରେ ଲଘୁ କ୍ରିୟା

ପରୀକ୍ଷା ଘଡି ଚାଲିଥାଏ।

ଇତି ଭିତରେ ଡୁଡୁନାର ଇଂରାଜୀ ଓ ସାହିତ୍ୟ ପରୀକ୍ଷା ସରି ଗଲାଣି। ରାତିପାହିଲେ ଗଣିତ ପରୀକ୍ଷା ହେବ। ମାତ୍ର ଡୁଡୁନାର ଭୟ ନ ଥାଏ। କାରଣ ଗଣିତରେ ତାର ଭଲ ହୁଏ। ଶତକଡା ଶହେରୁ ଶହେ ରହେ। ତେଣୁ ପରୀକ୍ଷା ପୂର୍ବରୁ ଗଣିତ ବହି ଓ ଟ୍ୟୁସନ ଖାତା ନ ଓଲଟାଇ ସେମିତି ନିର୍ଭୟରେ ଶୋଇ ପଡିଲା।

ବାର୍ଷିକ ପରୀକ୍ଷା ହେତୁ ସକାଳେ ପରୀକ୍ଷା ହେଉଥାଏ। ଡୁଡୁନାର କିନ୍ତୁ ଡେରିରେ ନିଦ ଭାଙ୍ଗିଲା।କଣ କରିବ କିଛି ଭାବି ପାରିଲା ନାହିଁ। ଆଲଜେବ୍ରାରେ ଥିବା ଫର୍ମୂଲା ଗୁଡିକ ହଠାତ୍ ମନେ ପଡିଲା ନାହିଁ। ତେଣୁ ତରବର ହୋଇ ବହିଟାକୁ ଓଲଟାଇବାକୁ ଗଲା। ମାଆ ତେଣେ ଡାକ ପକାଉଥାନ୍ତି, ନିତ୍ୟକର୍ମ ସାରି,ଜଳଖିଆ ଖାଇ ସ୍କୁଲକୁ ଯିବ। ମା,ଯାଉଛି ବୋଲି କହି ଜ୍ଯାମିତି ବାକ୍ସ ସଜାଡିବାରେ ବ୍ଯସ୍ତ ରହିଲା।

ସ୍କୁଲରେ ଡୁଡୁନା ପହଞ୍ଚିଲା ବେଳକୁ ଖୁବ୍ ଡେରି ହୋଇ ଗଲାଣି। ପରୀକ୍ଷା ଆରମ୍ଭ ହେବାର ପ୍ରାୟ ଅଧଘଣ୍ଟାଏ ଚାଲିଗଲାଣି। ଗେଟ୍ ପାଖରେ ଛିଡା ହେଲା ସେ। ଖୁବ୍ ଜୋରରେ ଡାକ ପକାଇଲା ମଧ୍ଯ। ମାତ୍ର କେହି ଜଣେ ଗେଟ୍ ଫିଟାଇ ବାକୁ ଆସିଲେ ନାହିଁ। ସମସ୍ତେ ନିଜ ନିଜ କାମରେ ବ୍ଯସ୍ତ ଥାନ୍ତି। ବିଚରା ମନ ଦୁଃଖରେ ପରୀକ୍ଷା ହଲକୁ ନ ଯାଇ ପାରି ଘରକୁ ଫେରିଲା। ସେ ଦିନ ସେ ଏକ ବଡ ଧରଣର ଶିକ୍ଷା ପାଇଲା।

ସେ ଦିନ କଥା ଏ ପର୍ଯ୍ୟନ୍ତବି ତାର ମନେ ଅଛି। ସମୟର ମୂଲ୍ଯ ନ ବୁଝି ଏମିତି କାମ କଲେ ପ୍ରମାଦ ଗଣିବାକୁ ହୁଏ। କଥାରେ ଅଛି,ବହୁ ଆଡମ୍ବରେ ଲଘୁ କ୍ରିୟା।

∎
ଭର୍ତ୍ତୁର ,ବାଙ୍ଗାଲୋର, କର୍ଣ୍ଣାଟକ।

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜାନୁୟାରୀ:୨୦୨୫ , ଦ୍ଵିତୀୟ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion