କବିତା
ଭାଲୁ ନାଚିଲା

ଠେକୁଆ କହିଲା “ଭାଲୁ ଭାଇନା!
କୁଆଡ଼େ ଯାଉଛ ଟିକେ ରୁହନା ।
ଥେଇ ଥେଇ କରି ଘଡ଼ିଏ ନାଚ
ଦୁଲୁକି ଉଠୁ ଏ ବଣର ମଞ୍ଚ ।”
ହସି ହସି ବେଗେ କହିଲା ଭାଲୁ
“ଭାବିଛୁ କି ମୋତେ ଏଡ଼ିକି ଓଲୁ!
ବିନା ପଇସାରେ ହୁଏ କି ନାଚ
ବୁଝି ଆ` ଯାଇ ସତ କି ମିଛ ।”
ପଇସା-କଉଡ଼ି ମୋ ପାଖେ ନାହିଁ
କହିଲା – ଠେକୁଆ ଦୁଃଖରେ ଚାହିଁ
ନେବୁ ଯଦି ନେ` ରଖିଛି କୋଳି
ତୋ` ପାଇଁ ଆଣିଛି ଗଛରୁ ତୋଳି ।
ନାଲି ଟହଟହ କୋଳିକୁ ଦେଖି
ଭାଲୁ ପାଦ ସେଠି ରହିଲା ଲାଖି
ତାକ୍ ଧିନାଧିନ କରିଲା ନାଚ
ଭାବିଲାନି ସିଏ ଆଗ କି ପଛ ।
∎
ସା./ପୋ. - ତୋଟାପଡ଼ା, ଭାୟା - ଘଣ୍ଟେଶ୍ୱର,
ଜିଲ୍ଲା - ଭଦ୍ରକ-୭୫୬୧୨୯, ମୋ. : ୯୯୩୭୬୭୨୭୦୮

ଲେଖା ସମ୍ପର୍କୀୟ ମତାମତ
ମନୋରମା ମିଶ୍ର...
02-09-2024 / 17:15:28
ଭଲ ଲାଗିଲା କବିତାଟି
ଶଶୀକାନ୍ତ ପଲାଇ
02-09-2024 / 11:30:46
ସୁନ୍ଦର ପ୍ରୟାସ
ଅନନ୍ତ କୁମାର ସେନାପତି
01-09-2024 / 09:55:25
ଅତି ସୁନ୍ଦର କବିତା । ଭଲ ଲାଗିଲା