Skip to content
ଶିଶୁ କିଶୋର

ଗପ

ମଶା ମାଛି

ମଶା  ମାଛି

ଥରେ ଦିନ ରେ ମଶା ସହ ମାଛିର ଭେଟ ହେଲା ରାଜୁ ଘର ପାଖରେ । ସେତେବେଳେ ରାଜୁ ଗୋଟିଏ ମିଠା ଆମ୍ବ ଟାକୁଆକୁ ଚୁଷୁଥାଏ । ତା ହାତର କହୁଣୀ ପର୍ଯ୍ୟନ୍ତ ଆମ୍ବରସ ବହିଯାଇଥାଏ । ସେ ତା ଖୋଲାଦେହରେ ତା ହାତରେ ଲାଗିଥିବା ଆମ୍ବରସକୁ ପୋଛି ପକଉଥାଏ । ରାଜୁ ଦେହସାରା ଆମ୍ବରସରେ ଅଠା ଅଠା । ମାଛି ରାଜୁର ମୁହଁରେ ହାତରେ ଦେହରେ ବସି ଆମ୍ବରସ କୁ ଚାଟୁଥାଏ । ଏହି ସମୟରେ ମଶା ବି ଚେଷ୍ଟା କରୁଥାଏ କେମିତି ରାଜୁ ଦେହରୁ ରକ୍ତ ଶୋଷିବ ବୋଲି ।ମଶାକୁ ମାଛି ଦେଖି କହିଲା `ମଶା ନାନୀ ତୁ ଏ ଅବେଳରେ କେମିତି ? ତୋର ତ ରାତିରେ ବାହାରିବା କଥା । ତାପରେ ତୁ ଏତେ ଝଡି କେମିତି ଗଲୁ ଯେ କଣ ଖାଇବାକୁ ପାଉନୁ କି ? ହସିକି କହିଲା ମାଛି । ମାଛି କଥା ଶୁଣି ମୁହଁ ଶୁଖେଇକି ମଶା କହିଲା ହଁ ଲୋ ମୋ ବଉଁଶ ତ ବହୁତ ବଡ ନିଇତି ନିଇତି ଶହ ଶହ ଜନ୍ମ ହେଉଛନ୍ତି ଛୁଆ ।ଭୋକରେ ଡହଳ ବିକଳ ଛୁଆ । ଆଜି କାଲି ତ ମଣିଷ ଗୁଡାକ ପରିବାର ରେ ବହୁତ କଅମ ମଣିଷ ରହୁଛନ୍ତି କେତେ ଆଉ ଖାଇବାକୁ ମିଳୁଛି ଯେ । ଆଗରୁ ଗୋରୁ ଗାଇ ଛେଳି ପରି ଅନେକ ପଶୁ ପାଳୁଥିଲେ ଯେ ସେମାନଙ୍କ ରକ୍ତ ଖାଇ ମନ ସହ ପେଟ ଭରୁଥିଲା ଏବେ ତ ଗାଁରେ ଅଧିକାଂଶ ଲୋକ ଜୀବଜନ୍ତୁ ପାଳୁନାହାଁନ୍ତି । କୋଉଠୁ ଆଉ ପେଟ ଭରିବ । ମଶା କଥା ଶୁଣି ମାଛି କହିଲା ତୁ ଯାହାକହ ନାନୀ ଏ ମଣିଷ ଗୁଡା ଖୁବ୍ ଅଳସୁଆ ହୋଇଗଲେଣି କାମଧନ୍ଦାକୁ ଭାରିକଷ୍ଟ ଏମାନଙ୍କୁ । ଆଗରୁ ଯେମିତି ବୋହୁ ଗୁଡିକ ରାତିରୁ ଉଠି ଗୋବର ପାଣିରେ ଘର ଲିପୁଥିଲେ ବାସନ କୁସନ ରାତିରୁ ସଫା ରଖୁଥିଲେ ଘରଦ୍ବାର ସଫାରଖିବା ସହ ଛୁଆ ପିଲା ଙ୍କୁ ବି ଯତ୍ନରେ ରଖୁଥିଲେ ମାତ୍ର ଏବେ ...ମାଛି ପାଟିରୁ କଥା ସରିଛି କି ନାହିଁ ମଶା କହିଲା ତୋର ତ ବହୁତ ଭଲ ଲୋ ମାଛି । ରାତିରୁ ଅଇଁଠା ବାସନ ପଡିଛି ତୁ ତ ଆରାମରେ ଖାଉଥିବୁ । ଚାରିଆଡେ କଦଳୀ ଚୋପା ଠୁ ଆରମ୍ଭ କରି କେତେ ପଚାସଢା ଖାଇବା ଦରବ ଏଣେତେଣେ ପଡିଛି ତମ ବଅଁଶ ଙ୍କ ର ଖୁବ୍ ଖୁସି ଓ ଆରାମ ରେ ଦିନ କଟିଯାଉଛି ଭାଗ୍ୟ କରିଛ ତମେ ମାନେ ଏସବୁ ପାଇଁ ଧନ୍ୟବାଦ ଦିଅ ସେଇ ମୋବାଇଲ୍ କୁ । ମୋବାଇଲ୍ ର ନିଶା ତ ସବୁ ମଣିଷ ମାନଙ୍କୁ ଘାରିଛି କାମଦାମ ବନ୍ଦ କରି ସେଇଥିରେ ବ୍ୟସ୍ତ । ମଶା କଥା ଶୁଣି ମାଛି କହିଲା ସତକଥା ଯେ ହେଲେ ସେ ରାଜୁର ଜେଜେବୁଢାଟି ପରା ଖଣ୍ଡେ ବଦମାସ ମଣିଷ । ସମସ୍ତଙ୍କ ଉପରେ କଟରକଟର ହୁଏ ଘରଦ୍ବାର ସଫା ରଖିବା ପାଇଁ । ତା ପୁଅବୋହୁ ତା କଥାକୁ ଖାତର କରନ୍ତି ନାହିଁ ବୋଲି ଜାଣିଥା ଆମେ ସୁଖରେ ବଂଚିଛୁ ନହେଲେ କେବେଠୁ ସଫା ହୁଅନ୍ତୁନି । ବୁଢାର ବଳ ବୟସ ଥିଲା ବେଳେ କଅମ ନାକେଦମ କରିଛି ଆମକୁ । ମଶା କହିଲା କିନ୍ତୁ ଆମକୁ ପେଟପୁରା ଖାଇବାକୁ ମିଳୁନି ତୋତେ ସିନା ମିଳୁଛି ।

ମାଛି କହିଲା ତମେ ମାନେ ସାଥିହୋଇ ଆସି ବୁଢାଦେହରେ ବସିଯାଇ ରକ୍ତ ସବୁ ଶୋଷିନେଉନ । ତାଂକୁ ଡେଂଗୁ ମ୍ୟାଲେରିଆ ହୋଇଯାଇ ମରିଯାନ୍ତା ତାହେଲେ ଆମ ର ଗୋଟିଏ କଣ୍ଟା ଯାଆନ୍ତା ।

ମଶା ମନକୁ କଥା ଟି ପାଇଲା । ଏଇ ବୁଢାସକାଶେ ସେ ଭୋକିଲା ରହୁଛି ସନ୍ଧ୍ୟାରେ ଧୂଆଁ ଜଳେ ମଶାରୀ ଟାଂଗି ଶୋଉଛି ବୁଢା । ଟୋକା ଛୁଆ ମଶାଗୁଡିକ ଗଳିପଶି ବୁଢାର ପୁଅବୋହୁ ନାତି ନାତୁଣୀଠୁ ପେଟେ ରକ୍ତ ପି ପଳେଇ ଆସୁଛନ୍ତି ସିନା କିନ୍ତୁ ଏ ବୁଢୀ ମଶାଟି ଧୂଆଁ ଭିତରେ ଛଟପଟ ହୋଇ ନିସ୍ତେଜିଆ ହୋଇପଡୁଛି ଯେ ଓପାସ ଶୋଉଛି ଅଧିକାଂଶ ଦିନ।ତେଣୁ ସେ ମାଛିର କଥାକୁ ଧ୍ୟାନ ଦେଲା ଏବଂ ଆଜି ରାତିରେ ମଶାର ସମସ୍ତ ବଂଶକୁ ଧରି ବୁଢା ଉପରେ ଆକ୍ରମଣ କରିବ ବୋଲି ଚିନ୍ତା କଲା।

ମଶା ଏବଂ ମାଛି କଥାବାର୍ତା ସାରି ନିଜ ନିଜ ଘରକୁ ଚାଲିଗଲେ । ଏକଥା ରାଜୁ ଶୁଣୁଥିଲା ସେ ଘର ଭିତରକୁ ଯାଇ ତା ବାପା ମା ଏବଂ ଜେଜେ ଙ୍କ ସହ ଆଲୋଚନା କଲା ।

ସମସ୍ତେ ଗମ୍ଭୀରତାର ସହ କଥାଟିକୁ ବୁଝି ନିଷ୍ପତି ନେଲେ ଆଉ ଘରଦ୍ବାର ଅସନା ଅଳିଆ ନକରି ସଫା ରଖିବେ । ସର୍ବଦା ପରିଷ୍କାର ପରିଛନ୍ନ ରହିବା ସହ ଘର ଚାରିପଟେ ଫିନାଇଲ୍ ବ୍ଲିଚଂ ପାଉଡର ପକେଇଵେ । ମଶାରୀ ଟାଣି ଶୋଇବେ । ଖାଇବା ଦ୍ରଵ୍ୟକୁ ଏଣେତେଣେ ପକେଇ ମଶା ମାଛିଙ୍କ ବଂଶକୁ ବୃଦ୍ଧି କରିବାକୁ ଦେବେନାହିଁ । ତାପରେ ରାଜୁ ଏବଂ ତା ପରିବାର ଲାଗିପଡିଲେ ମଶାମାଛିଙ୍କ ବଂଶକୁ ନିପାତ କରିବା ଅଭିଯାନରେ ।

∎

ଝାରପଡା

ଭୁବନେଶ୍ୱର

7008314565

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅକ୍ଟୋବର:୨୦୨୫ , ଦ୍ବିତୀୟ ବର୍ଷ:ଦଶମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion