ସମାଚାର
ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସ ଙ୍କୁ ସମ୍ବର୍ଧନା

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ୨ୟ ବୈଠକ ତା୦୪/୦୯/୨୦୨୨ରିଖ ଭୁବନେଶ୍ୱରର କାନନ ବିହାର ଶ୍ରୀ ଜୟଦେବ ଶିକ୍ଷା କେନ୍ଦ୍ର ରେ ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ଦାଶ ବେନହୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଅନୁଷ୍ଠାନ ର ସଦସ୍ୟ ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସ ୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇ ଥିବାରୁ ତାଙ୍କୁ ସମ୍ବର୍ଧନା ପ୍ରଦାନ କରାଯାଇଥିଲା। ଉକ୍ତ ବୈଠକରେ ଶ୍ରୀଯୁକ୍ତ ଶଶିଭୂଷଣ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବୈଠକ ରେ ସାଧାରଣ ସଂପାଦକ ଆଭିମୁଖ୍ୟ ସଂପର୍କ ରେ କହିଥିବା ବେଳେ ସଂଗଠନ ସଂପାଦକ ସ୍ୱାଗତ ଏବଂ ଅର୍ଥ ସଂପାଦକ ଧନ୍ୟଵାଦ ପ୍ରଦାନ କରି ଥିଲେ।

ଲେଖା ସମ୍ପର୍କୀୟ ମତାମତ