Skip to content
ଶିଶୁ କିଶୋର

ସମାଚାର

ଓଡିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀ ଗଠନ

ଓଡିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀ ଗଠନ

ଓଡ଼ିଶା ଶିଶୁ ସାହିତ୍ୟିକ, ଶିଶୁ ସାହିତ୍ୟିକାମାନଙ୍କର ବହୁଦିନର ସ୍ୱପ୍ନକୁ ସାକାର କରି ତା୧୮/୦୮/୨୦୨୨ରିଖ ଗୁରୁବାର ଦିନ ପବିତ୍ର ଜନ୍ମାଷ୍ଟମୀ ଦିନ ଭୁବନେଶ୍ୱର ଶୈଳଶ୍ରୀବିହାର ମା ମଙ୍ଗଳା ମନ୍ଦିର ପରିସର ରେ ଶତାଧିକ ଶିଶୁ ସାହତ୍ୟିକ ଏବଂ ଶିଶୁ ସାହିତ୍ୟିକା ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇ-ଓଡିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀ ଗଠନ ହୋଇଥିଲା। ଓଡ଼ିଆ ଶିଶୁ କିଶୋର ସାହିତ୍ୟ ର ଆଧୁନିକ ଯୁଗର ସ୍ରଷ୍ଠା ଶ୍ରୀଯୁକ୍ତ ଦାଶ ବେନହୁର ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକ ରେ ଓଡ଼ିଶା ର ବିଭିନ୍ନ ଜିଲ୍ଲା ରୁ ଶତାଧିକ ଶିଶୁ ସାହିତ୍ୟ ସ୍ରଷ୍ଟା ଯୋଗଦେଇଥିଲେ। ସର୍ବସମ୍ମତିକ୍ରମେ ଏକାଡେମୀ ର ସଭାପତି ଭାବେ ଶ୍ରୀ ଯୁକ୍ତ ଦାଶ ବେନହୁର, ଉପ ସଭାପତି ଭାବେ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ମଲ୍ଲିକ, ସାଧାରଣ ସଂପାଦକ ଭାବେ ଶ୍ରୀଯୁକ୍ତ ବୀରେନ୍ଦ୍ର ମହାନ୍ତି, ସଂଗଠନ ସଂପାଦକ ଭାବେ ଶ୍ରୀଯୁକ୍ତ ଶରତ କୁମାର ନାୟକ, ଏବଂ ସଂପାଦକ ଅର୍ଥ ରୂପେ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ମାଝୀ ମହୋଦୟ ମନୋନୀତ ହୋଇ ଥିଲେ।

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion