କବିତା
ଆଗକୁ ଆସୁଛି ରଥ ଯାତରା

ଆଗକୁ ଆସୁଛି ରଥ ଯାତରା
ଜଗା ମେଲିଦେବ ଭକ୍ତି ପସରା
ବଡ଼ଦାଣ୍ଡେ ଭକ୍ତ ରୁଣ୍ଡ ହୋଇବେ
ଚତୁର୍ଦ୍ଧା ମୂରତି ଦର୍ଶନ ଦେବେ ||
ରଥେ ବିଜେ କରି ଜଗା କାଳିଆ
ଭଉଣୀ ସଙ୍ଗତେ ଭାଇ ବଳିଆ
ମାଉସୀ ଘରକୁ ଯିବେ ବାହାରି
ପୋଡପିଠା ଖାଇ ଆସିବେ ଫେରି ||
ବାଜୁଥିବ ଶଙ୍ଖ ଖୋଳ ମର୍ଦ୍ଦଳ
ଦେବଦାସୀ ନାଚ କୀର୍ତ୍ତନ ଦଳ
ଭକ୍ତ ଭଗବାନ ହୋଇ ଏକାଠି
ଯାତରାର ଭାବ ନେବେ ସାଉଁଠି | |
ଏଥର ବାବୁରେ ପୁରୀକୁ ଯିବା
ରଥଦଉଡ଼ିକୁ ଟିକେ ଛୁଇଁବା ||
ସମ୍ପାଦକ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ, କନ୍ଧମାଳ-8895119944

ଲେଖା ସମ୍ପର୍କୀୟ ମତାମତ
ସୁଜିତ କୁମାର ମିଶ୍ର
20-06-2026 / 23:06:16
ଶିଶୁ ଉପଯୋଗୀ କବିତା ସମାଜ ପାଇଁ। ଆନ୍ତରିକ ଅଭିନନ୍ଦନ ସାର୍ ।ପ୍ରଣାମ ନେବେ ମୋର ହୃଦୟରୁ
Haripriya Pattnaik
05-06-2026 / 11:53:54
ରଥ ପାଇଁ ଗୀତ ଭଲ ହେଇଛି।