Skip to content
ଶିଶୁ କିଶୋର

କବିତା

ଓହ କି ଖରା

ଓହ କି ଖରା

ଗଛ ଲତା କାଟି ପଦା କରିଲୁ
କଂକ୍ରିଟ ଜଙ୍ଗଲ ବଢାଇ ଦେଲୁ।
ଜଙ୍ଗଲରେ ବେଶି ଗଛତ ନାହିଁ
ଉତ୍ତାପ ବଢଇ ସେଇଥିପାଇଁ।
ଝରଣା ନଦୀରେ ପାଣି ତ ନାହିଁ
ପଶୁପକ୍ଷୀ ମରେ ତୃଷାର୍ତ୍ତ ହୋଇ।
ରକ୍ଷକ ଭକ୍ଷକ ହୁଅନ୍ତି ଏଠି
ବନ୍ଯ ସମ୍ପଦକୁ ନିଅନ୍ତି ଲୁଟି।
ବିଶ୍ୱର ଏବେ ଏଲଲିନୋ ପାଇଁ
ଅସହ୍ୟ ଗରମ ତାପ ବଢଇ।
ଅଂଶୁଘାତ ମୃତ୍ୟୁ ହେଲାଣି ଏବେ
ଦେଖିନାହିଁ କାମ ଏବେ କରିବେ
ରାଜସ୍ଥାନରେ ଗୋରୁଜଳ ନପାଇ
ଗୋମାତାମରିଲେ ତୃଷାର୍ତ୍ତ ହୋଇ
ସକାଳ ନଅରୁ ଦିନ ତିଇନି
ବାହାରକୁ କେହି ବାହାର ନାହିଁ।
ଯଦି ଆବଶ୍ୟକ ଯାଉଛ କେହି
ମୁଣ୍ଡରେ ଗାମୁଛା ଛତାଘୋଡାଇ।
ଆଖିରେ ଚଷମା ପାଣି ବୋତଲ
ସୁତା ଲୁଗା ପିନ୍ଧ,ପାଦେ ଚପଲ।
ପଖାଳ ତୋରାଣି ଯଥେଷ୍ଟ ଖାଅ
ଦହି, ଲେମ୍ବୁ ସରବତ ଯେ ପିଅ।ବେଲପଣା ସାଥେ ପଇଡ଼ ପାଣି
ଫଳରସ ପିଅ ମନକୁ ଜାଣି।
ହାଲିଆ ଲାଗିଲେ ଛାଇରେ ବସି
ମୁଣ୍ଡକୁ ପାଣିରେ ଧୋଇ ଦେବଟି।ଫ୍ଯାନ ତଳେତାଙ୍କୁ ଶୁଆଇ ଦେବ
ଥଣ୍ଡା ପାଣି ଆଣି ପିଆଇ ଦେବ। ଯଦି ବେଶି ଦେହ ଖରାପ ହେବ ଡାକ୍ତର ପାଖକୁ ନିଶ୍ଚିତ ନେବ।
ଚାଲ ଏବେ ଠାରୁ ଏକାଠି ହୋଇ
ଗଛ ଲଗାଇବା ଖୁସିରେ ଯାଇ।
ଖରା ନହେଲେତ ବର୍ଷା ହେବନି
ଜଳ ବାଷ୍ପ ହୋଇ ନଭେ ଯିବନି। ବାଷ୍ପୀଭୂତ ହେଲେ ଜଳୀୟକଣା
ଘନିଭୂତ ହୋଇ ବର୍ଷିବ ସିନା।
ଗଛ ବେଶି ଥିଲେ ଉତ୍ତାପ କମେ
ପରିବେଶ ରକ୍ଷା କରିବା ଆମେ।

∎

ଖଣ୍ଡଗିରି ବିହାର କୋଳଥିଆ ଭୁବନେଶ୍ୱର

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜୁନ :୨୦୨୬ , ତୃତୀୟ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion