କବିତା
ଖରା ଦିନରେ ମିତ

ସୁଲୁ ସୁଲୁଆ ପବନ ଟିକେ
ଦେହକୁ ଛୁଇଁ ଯାଆ,
ପିଇ ହେଉନି ଖରା ଦିନରେ
ଗରମ କଫି,ଚାହା ।
ମନ ଚାହୁଁଛି ଶୀତଳ ଜଳ
ପଣା,ସର୍ବତ,ଲସି ,
ହେଉ ପଛକେ ତିନି ଦିନର
ଦହି ପଖାଳ ବାସି ।
ଖରା ବେଳରେ ଗଛର ଛାଇ
ମୁଣ୍ଡରେ ଓଦା କନା,
ସୂରୁଯ ତେଜ ବଢିଲେ ଆଉ
ବାହାରେ ଯିବା ମନା ।
ଗଛରେ ନାହିଁ କାଉ,କୋଇଲି
ଶୁଭୁନି କା`ର ଡାକ,
ଦାଣ୍ଡରେ ବାଲି ତାତି ଫୁଟୁଛି
ପଶୁନି କେହି ପାଖ ।
ଖରା ଦିନରେ ବରଷା ନାହିଁ
ନାହିଁ ବି ଥଣ୍ଡା ଶୀତ,
ସୁଲୁସୁଲୁଆ ପବନ ଆ`ରେ
ହୋଇଯା` ଆମ ମିତ ।
ଅଇବିଲି,ତିର୍ତ୍ତୋଲ, ଜଗତସିଂହପୁର
ମୋ – ୯୦୪୦୦୩୩୩୯୦

ଲେଖା ସମ୍ପର୍କୀୟ ମତାମତ
ସୁଜିତ କୁମାର ମିଶ୍ର
20-06-2026 / 23:01:50
ସୁନ୍ଦର ଓ ଶିକ୍ଷଣୀୟ ତପନ ଭାଇ। ଆନ୍ତରିକ ଅଭିନନ୍ଦନ ।
Haripriya Pattnaik
01-06-2026 / 16:18:07
ବହୁତ ସୁନ୍ଦର ଲାଗିଲା କବିତାଟି।
ଲକ୍ଷ୍ମୀକାନ୍ତ ଦଳେଇ
01-06-2026 / 12:34:31
ବଢ଼ିଆ ହୋଇଛି