Skip to content
ଶିଶୁ କିଶୋର

କବିତା

ଆସ ଲଗାଇବା ଗଛ

ଆସ ଲଗାଇବା ଗଛ

ମାଡି ଆସୁଅଛି ଏଲ୍-ନିନୋ ରାଜ୍ୟକୁ
ସର୍ବେ ହେବା ସାବଧାନ,
ନିଜର ସୁରକ୍ଷା ଧରା ପ୍ରତିରକ୍ଷା
ଆଜିର ମୁଖ୍ୟ ଚିନ୍ତନ.
ଗ୍ରୀଷମ ତାତିରେ ଜଳୁଛି ପୃଥିବୀ
ଭୟଙ୍କର ପରିସ୍ଥିତି,
ଯୁଆଡେ ଗଲେବି ନିସ୍ତାର ମିଳୁନି
ମନେ ଜାଗେ ଭୟଭୀତି.
ନିଆଁବର୍ଷା ହେଲା ପରି ଲାଗୁଅଛି
ଦେହ ଯାଉଅଛି ଜଳି,
ଘରେ ରହିଲେ ବି ନିସ୍ତାର ମିଳୁନି
ଲାଗୁଛି ଜିଅନ୍ତା ବଳି.
ନିତି ନୂଆନୂଆ ଗୃହ ରାସ୍ତାଘାଟ
କାରଖାନା ନିରିମାଣ,
ଜନସଂଖ୍ୟା ବୃଦ୍ଧି କଂକ୍ରିଟ ଜଙ୍ଗଲ
ବିଶ୍ୱ ତାପନ କାରଣ.
ଏହିପରି ଯଦି ବଢ଼ି ବଢ଼ି ଚାଲେ
କାହାକୁ କରିବା ଦୋଷୀ,
ଆପଣା କୁକର୍ମ ଫଳ ଭୋଗ ସହ
ମନରୁ ଲିଭିଛି ଖୁସି.
ପରିବେଶ କଥା ସଭିଏଁ କହୁଛେ
କାର୍ଯ୍ୟରେ କରୁନେ କିଛି,
ଡହଳ ବିକଳ ପ୍ରାଣୀ ଓ ଉଦ୍ଭିଦ
ତାତିରେ ହେଉଛେ ପେଷି.
ଆଜିର ସଂକଳ୍ପ ଆମରି ପ୍ରକଳ୍ପ
ଲଗାଇବା ଚାରା ଗଛ,
ସବୁଜ ସୁନ୍ଦର କରିବା ଧରିତ୍ରୀ
ସବୁ କାମ କରି ପଛ.
∎

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅଗଷ୍ଟ:୨୦୨୬ , ତୃତୀୟ ବର୍ଷ : ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion