Skip to content
ଶିଶୁ କିଶୋର

କବିତା

ବୁଲିଯିବା ଆମେ ସାତକୋଶିଆ

ବୁଲିଯିବା ଆମେ ସାତକୋଶିଆ

ଏକୋଇର ବଳା ବିଶିକେଶନ
ନାତି ମୋର ସିଏ ଛୁଆଟେ ଜାଣ
ଏଇ ସନ ତାର ଶ୍ରେଣୀ ନବମ
ପଢେ ଭଲ ପାଠ, ଭଲ ବି ଗୁଣ।
କହିଲା ଶୁଣ,
ଜେଜେ, ମୁଁ ଦେଖିବି ଅଭୟାରଣ୍ୟ।

ଗୁରୁଜୀ ଆମର କହିଲେ କାଲି
ଜଂଗଲ ଆମର ସଂପଦ ବୋଲି
କେତେ ପଶୁପକ୍ଷୀ, ଗଛ ଓ ଲତା
ଆକାଶେ ଅନାଇ କହନ୍ତି କଥା
ଏଇ ପାଖରେ,
ସାତକୋଶିଆ କୁ ଦେଖିବା ଥରେ।

ମହାନଦୀ ର ସେ ଗଣ୍ଡ ଗୋଟିଏ
ଚାରିଗୋଟି ଜିଲ୍ଲା ଛୁଇଁଛି ସିଏ
ଅନୁଗୁଳ, ନୟାଗଡ଼ କୁ ନେଇ
ବଉଦ, କଟକ ଜିଲ୍ଲା ମିଶାଇ
ସୁନ୍ଦର ଜାଗା,
କେତେ ଯେ ଝରଣା ଦେଖି ଆସିବା।

ଭାବିଲି ବସି ମୁଁ ତା କଥା ସତ
ବହି ପଢା ସହ ଆଖିରେ ଦେଖ
ସେମିତିଆ ପାଠ ମନରେ ରହେ
ଜୀବନଟା ସାରା ଭୁଲି ନହୁଏ।
ନାତିକୁ ନେଇ,
ନିଶ୍ଚୟ ବୁଲାଇ ଆଣିବି ମୁହିଁ।

ଡାକି କହିଲି ମୁଁ ଶୁଣରେ ବାବୁ
ସଜିଲ କର ତୋ ଜିନିଷ ସବୁ
ଆସୁଛି ଆଗକୁ ଯେ ରବିବାର
ତତେ ନେଇ ଯିବି ସାଥିରେ ମୋର।
ବିଶିକେଶିଆ,
ବୁଲିଯିବା ଆମେ ସାତକୋଶିଆ।


∎

କୋଟିତୀର୍ଥ ଲେନ୍
ବିନ୍ଦୁ ସାଗର ନିକଟ
ଭୁବନେଶ୍ୱର-୨
ମୋ-୯୪୩୭୦୧୪୩୨୨

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅକ୍ଟୋବର:୨୦୨୪ , ପ୍ରଥମ ବର୍ଷ : ଦଶମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion