କବିତା
ଶରତ ଆସେ

ବରଷା ଶେଷେ ରୁତୁ ଶରତ ଆସେ
ବଉଦ ଫାଂକେ ନୀଳ ଆକାଶ ଦିଶେ ।
ଫୁଟଇ କାଶତଣ୍ଡି ଫୁଟେ ସେଫାଳି
ଗୋଳିଆ ନଈ ପାଣି ଦିଶଇ ନେଳି ।
ଶୁଖିଲା ବାଟ ଘାଟ ସଫା ସୁତର
କଅଁଳ ଘାସ ପରେ ଝରେ କାକର ।
ଆସଇ ଦଶହରା ଦେବୀ ଯାତରା
ଗହଳ ସାହି ଘର ଆନନ୍ଦେ ଭରା ।
ଜଗତ ତାରଣୀ ମାଆ ପାପ ନାଶିନୀ
ଆସିବେ ଧରା ଧାମେ ସିଂହ ବାହିନୀ ।
ଶରତ ଆଗମନ ଜାଣିଲା କଇଁ
ନିର୍ମଳ ଚାନ୍ଦ ଦେଖି ଫୁଟି ହସଇ ।
ପୂଜିବା ଭକ୍ତିଭରେ ଆନନ୍ଦେ ମିଶି ।
ନବ ବସନ ପିନ୍ଧି ସଭିଏଁ ଖୁସୀ ।
ମାଆ କରନ୍ତି ପିଠା କେତେ ପ୍ରକାରେ
ବନ୍ଧୁ ବାନ୍ଧବ ଦିଆ ନିଆ ବି ଚଳେ ।
ବରଷକରେ ଥରେ ଏଇ ଶରତେ
ଆସଇ ପୂଜା ମନ ଆନନ୍ଦେ ମାତେ ।
∎

ଲେଖା ସମ୍ପର୍କୀୟ ମତାମତ
Kishori Mohan Kar
20-11-2024 / 21:43:07
ବହୁତ ସୁନ୍ଦର , ମନଲାଖି । ନମସ୍କାର