Skip to content
ଶିଶୁ କିଶୋର

କବିତା

ବେଙ୍ଗୁଲି ନାନୀର ପକୁଡି ଛଣା

ବେଙ୍ଗୁଲି ନାନୀର ପକୁଡି   ଛଣା

ବେଙ୍ଗୁଲି ନାନୀ ବସିଛି ଚାହିଁ
ବେଙ୍ଗ ନନାର ବାଟ
ବେଙ୍ଗ ନାନାଟି ଯାଇଛି ତୋଟା
ଆଣିବ ଜାଳ କାଠ।
ରଖିଛି ତେଲ, ଅଦା ପିଆଜ
ବେସନ ଲଙ୍କା ପାଣି
ବସିଛି ଚାହିଁ ଜାଳ ଆସିଲେ
ପକୁଡି ଦେବ ଛାଣି।
ଜାଳକୁ ଧରି ବେଙ୍ଗ ନାନାଟି
ଆସିଲା ହଲିହଲି
ବେଙ୍ଗୁଲି ନାନୀ ତରତରରେ
ଲଗାଇ ଦେଲା ଚୁଲି।
ପୁଅ ପୁତୁରା ନାତି ନାତୁଣୀ
ଭଉଣୀ ଆଉ ଭାଇ
ପକୁଡି ଛଣା ଦେଖିବା ପାଇଁ
ଆସିଲେ ଧାଇଁ ଧାଇଁ।
ତେଲ କଡେଇ ଚୂଲି ରେ ରଖି
ବେସନ ଦେଲା ଗୋଳି
ପକୁଡି ଛଣା ଦେଖିବା ପାଇଁ
ନାଚିଲେ ହଳି ହଳି।
ବେସନ ପଡି ତେଲ କଡେଇ
ଫୁଟିଲା ଟକ୍ ଟାକ୍
ପକୁଡି ଛଣା ଦେଖିବା ପାଇଁ
ଡେଇଁ ଲେ ଖପ୍ ଖାପ୍।

∎
ଫୋନ - ୯୮୧୭୪୬୦୦୪୮

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅକ୍ଟୋବର:୨୦୨୪ , ପ୍ରଥମ ବର୍ଷ : ଦଶମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

Paurnna masi Devi

08-10-2024 / 16:19:04

ଭଲ ହେଇଚି କିନ୍ତୁ ଦେଖି କରି ଡେଇଁଲେ । ଖାଇଥିଲେ କବିତାଟି ସରି ଥାଆନ୍ତା ବୋଲି ମୁଁ ଭାବୁଛି ।

ଜୟକୃଷ୍ଣ ସାହୁ

05-10-2024 / 20:01:25

ଘରେ ପକୁଡ଼ି ଛଣା ଆଉ ଖାଇବାର ମଜା ବେଙ୍ଗ ଵେଙ୍ଗୁଲୀଙ୍କ ପରିବାରରେ ଚମତ୍କାର ଭାବେ ଫୁଟେଇଛ ଵିଚୁ। ତୁମକୁ ବହୁତ ବହୁତ ଧନ୍ୟବାଦ।

ବୃନ୍ଦାବନ କୁମ୍ଭାର

04-10-2024 / 19:06:44

ଅତି ସୁନ୍ଦର

nishipadma nanda

03-10-2024 / 11:37:19

beautiful poem

Dr. Bijoya patra

02-10-2024 / 09:32:15

ବହୁତ ବଢିଆ ହେଇଛି। ପିଲାମାନଙ୍କୁ ନିଶ୍ଭୟ ଭଲ ଲାଗିବ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion