Skip to content
ଶିଶୁ କିଶୋର

ସମାଚାର

ଇ – ପତ୍ରିକା ଉନ୍ମୋଚନ

ଇ – ପତ୍ରିକା ଉନ୍ମୋଚନ

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀ ର ଇ-ପତ୍ରିକାଶିଶୁ କିଶୋର. କମ୍ ଭୁବନେଶ୍ୱର ଜୟଦେବ ଭବନର ଗୀତ ଗୋବିନ୍ଦ ସଦନରେ ଉନ୍ମୋଚିତ ହୋଇଯାଇଛି। ଏକାଡେମୀ ର ସଭାପତି ପ୍ରଫେସର ଦାଶ ବେନହୁର ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉକ୍ତ ଉନ୍ମୋଚନ ଉତ୍ସବ ରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଇ-ପତ୍ରିକା ଉନ୍ମୋଚନ କରି କହିଲେ ଯେ ସାଂପ୍ରତିକ ସମୟରେ ପିଲାମାନେ ମୋବାଇଲ ଓ ଇଣ୍ଟରନେଟ ଦେଖିବାକୁ ଆଗ୍ରହୀ। ମୋବାଇଲ ରୁ ଅଧିକ ଗ୍ୟାନ ଅର୍ଜନ କରିବାକୁ ଆଗ୍ରହୀ। ତେଣୁ ଛପା ପତ୍ରିକା ଅପେକ୍ଷା ଇ-ପତ୍ରିକା ପଢିବାକୁ ଇଛା ପ୍ରକାଶ କରୁଛନ୍ତି। ଏହି ସମୟ ରେ ଏକାଡେମୀ ପକ୍ଷରୁ ଇ-ପତ୍ରିକା ପ୍ରକାଶନ ଏକ ଯୁଗାନ୍ତକାରୀ ପଦକ୍ଷେପ। ଓଡ଼ିଆ ଭାଷା ସାହିତ୍ୟ ବିଭାଗ ର ସ୍ୱତନ୍ତ୍ର ସାଶନ ସଚିବ ବିଶିଷ୍ଟ କବି ମଧୁସୂଦନ ଦାଶ ମୁଖ୍ଯ ବକ୍ତା ଭାବେ ଯୋଗ ଦେଇ ଇ-ପତ୍ରିକା ର ଉପଯୋଗୀତା ଉପରେ ଆଲୋଚନା କରିଥିଲେ। ଇ-ପତ୍ରିକା ପ୍ରକାଶନ ଫଳରେ ଆମ ଓଡିଆ ସାହିତ୍ୟ ପ୍ରୁଥିବୀର କୋଣ ଅନୁକୋଣରେ ଓଡିଆ ପିଲା ପଢିପାରିବେ ବୋଲି ଅନ୍ୟାନ୍ୟ ବକ୍ତାମାନେ ମତ୍ତ ବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ଯ ରେ ଉପସଭାପତି ପ୍ରାକ୍ତନ ରାଜସ୍ୱ ଆୟୁକ୍ତ ଶ୍ରୀ ଯୁକ୍ତ ମହେନ୍ଦ୍ର କୁମାର ମଲ୍ଲିକ୍ , ପ୍ରାକ୍ତନ ସ୍ୱତନ୍ତ୍ର ସାଶନ ସଚିବ କବି ଧନଞୟ ସ୍ୱାଇଁ, ଯୁଗ୍ମ ନିର୍ଦ୍ଦେଶ କ ଡକ୍ଟର ସନାତନ ପଣ୍ଡା, ପ୍ରାକ୍ତନ ବରିଷ୍ଠ ପ୍ରଶାସକ ଡକ୍ଟର ଲିଙ୍ଗରାଜ ରଥ, ଏକାଡେମୀ ର ଅର୍ଥ ସଂପାଦକ ଶ୍ରୀ ଯୁକ୍ତ ରବୀନ୍ଦ୍ର ନାଥ ମାଝୀ, ଇ-ପତ୍ରିକା ସଂପାଦକ ଗାଳ୍ପିକ ପରେଶ କୁମାର ପଟ୍ଟନାୟକ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଏକାଡେମୀ ର ସମସ୍ତ ସଦସ୍ୟ ସଦସ୍ୟାମାନେ ଆଲୋଚନା କରିଥିଲେ। ଏକାଡେମୀ ର ସାଧାରଣ ସଂପାଦକ ଶ୍ରୀ ଯୁକ୍ତ ବୀରେନ୍ଦ୍ର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅର୍ଥ ସଂପାଦକ ଶ୍ରୀ ଯୁକ୍ତ ରବୀନ୍ଦ୍ର ନାଥ ମାଝୀ ଧନ୍ଯବାଦ ଅର୍ପଣ କରିଥିଲେ।

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଫେବୃଆରୀ:୨୦୨୪ , ପ୍ରଥମ ବର୍ଷ : ଦ୍ଵିତୀୟ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion