Skip to content
ଶିଶୁ କିଶୋର

କବିତା

ପୂଜା

ପୂଜା

ପୂଜାଟି ଆସଇ ଶରତ ଆସିଲେ
ବରଷା ଗଲେରେ ଧରାରୁ ଫେରି
ପଠାରେ ଫୁଟିଲେ କାଶତଣ୍ଡୀ ଫୁଲ
ସିଏ ଆସିବାରେ ହୁଏନି ଡେରି
ଅଭ୍ର ପରି ଦିଶେ ନଈର ଜଳ
ଶୁଖି ଯାଇଥାଏ ଦାଣ୍ଡ ବାଟଘାଟ
ଆକାଶ ଦିଶଇ କି ନିରିମଳ ।

ସଜ୍ଜାସଜ୍ଜି ହୋଇ ମେଢ଼ ,ତୋରଣ ଯେ
ଦିଶୁଥାଏ ଆହା କି ଝଲମଲ
ଲାଗଇ ଆହୁରି ମନମତାଣିଆ
ଉଡ଼ି ଯାଉଥିଲେ ବଗର ପଲ
ପାଚି ଆସୁଥାଏ ଶାରଦ ଧାନ
ପାରବଣ ମଜାମଉଜ ଭିତରେ
ଖୁସି ହେଉଥାନ୍ତି ବଡରୁ ସାନ ।

ସିଂହବାହନରେ ଆସିଥାନ୍ତି ପରା
ଦେବୀ ଦଶଭୁଜା ମାଆଟି ଆମ
ଦଶ`ରା ହୁଅଇ ସରସ ସୁନ୍ଦର
ସବୁଠି ଚରଚ୍ଚା ପୂଜାର ନାମ
ଶିବାନୀ ମହିଷାମର୍ଦ୍ଦିନୀ ମାଆ
` ଅନୀତି ଉପରେ ନୀତିର ବିଜୟ`
ଶିଖିବା ପୂଜାରୁ ଏକଥା ଆହା ।

∎
୨୭,ମନ୍ତ୍ର ମାନୋର,ଗୋଠପାଟଣା
ଭୁବନେଶ୍ୱର--୨୯,ମୋ:୯୫୮୩୨୦୨୩୫୭

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅକ୍ଟୋବର:୨୦୨୪ , ପ୍ରଥମ ବର୍ଷ : ଦଶମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

07-10-2024 / 20:51:21

ଦଶହରା ପର୍ବର ସୁନ୍ଦର ବର୍ଣ୍ଣନା। ଭଲଲାଗିଲା।

ହରିପ୍ରିୟା ପଟ୍ଟନାୟକ

01-10-2024 / 14:14:37

ସମୟ ଉପଯୋଗୀ କବିତା।ଭଲ ହେଇଛି।

ହରିପ୍ରିୟା ପଟ୍ଟନାୟକ

01-10-2024 / 14:14:32

ସମୟ ଉପଯୋଗୀ କବିତା।ଭଲ ହେଇଛି।

ହରିପ୍ରିୟା ପଟ୍ଟନାୟକ

01-10-2024 / 14:14:29

ସମୟ ଉପଯୋଗୀ କବିତା।ଭଲ ହେଇଛି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion