Skip to content
ଶିଶୁ କିଶୋର

କବିତା

ଚାଲିଲା ଖେଳଣା ଗାଡ଼ି

ଚାଲିଲା ଖେଳଣା ଗାଡ଼ି

ଜେଜେ ଆଣିଥିଲେ ଛୋଟିଆ ଟ୍ରାକ୍ଟର
ନିଇତି ଖେଳିବା ପାଇଁ
କାନ୍ଦୁ ଥିଲି ଯେବେ ମାଆ ଦେଉଥିଲେ
ତାକୁ ମୋର ହାତେ ନେଇ।
ଚାବି ମୋଡ଼ି ଦେଇ ତା `ଦେହରେ ମୁହିଁ
ଯାଉଥିଲି ଯେବେ ବସି
ଖଡ଼ଖଡ଼ ହୋଇ ଚାଲିଲେ ଟ୍ରାକ୍ଟର
ଦେଖି ହେଉଥିଲି ଖୁସି।
ସରିଗଲେ ବଳ ଅଟକି ଯାଏ ସେ
ଅମାନିଆ ହୁଏ ନାହିଁ
ପିଲା ମନ ମୋର ବୁଝିବ କିପରି
କାହିଁକି ଚାଲିଲା ନାହିଁ।
ଡାକି କହୁଥିଲି ଭାଇଙ୍କୁ ସରାଗେ
ଭାଇ, ଚାବି ଦିଅ ମୋଡ଼ି
ଟ୍ରାକ୍ଟର ମୋର ଅଟକି ଯାଇଛି
ଚାଲୁ ନାହିଁ ଘିଡ଼ି ଘିଡ଼ି।
ଭାଇ ଆସି ଧୀରେ ଚାବିକୁ ମୋଡ଼ିଲେ
ଚାଲିଲା ଖେଳଣା ଗାଡ଼ି
ତାକୁ ଦେଖିବାକୁ ମୋ ସାଥିମାନଙ୍କ
ଲାଗିଲା ସୁନ୍ଦର ଧାଡ଼ି।
∎

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜୁନ :୨୦୨୬ , ତୃତୀୟ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଲକ୍ଷ୍ମୀକାନ୍ତ ଦଳେଇ

01-06-2026 / 12:37:22

ବହୁତ ସୁନ୍ଦର

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion