Skip to content
ଶିଶୁ କିଶୋର

ଗପ

କରିବୁ ଆମେ ଚାଷ

କରିବୁ ଆମେ ଚାଷ

"ରିୟା"ତା` ରଙ୍ଗ ତୂଳୀରେ ଧରି

ଚିତ୍ର ଅଙ୍କିଲ। ବସି,

"ରାହୁଲ" କହେ କି ଚିତ୍ର କରୁ

ଦେଖା ତୁ ମୋତେ ହସି ।

ଆଙ୍କୁଛି ଗଛ ଆମ ବାଡ଼ିର

ବଡ଼ ଗଛକୁ ଦେଖି,

କି ରଙ୍ଗ ଦେବୁ ରଙ୍ଗ ତୂଳୀରେ

ରାହୁଲ କହେ ଡାକି ।

ପତ୍ର ନେଳିଆ ଫୁଲ ତ ନାଲି

ଫଳର ରଙ୍ଗ ନେଳି,

ପାଚିଲା ଫଳ ହଳଦିଆ ଯେ

ରଙ୍ଗ ତୂଳୀରେ ବୋଳି ।

ସୁନ୍ଦର ଦିଶେ ତୋ ଗଛ ଦେଖି

ରଙ୍ଗ ବେରଙ୍ଗ ଭରେ,

କହିଲୁ ଦେଖି ସିଏ ଆମର

କି ଉପକାର କରେ ?

ଆଈକୁ ଡାକି ଚିତ୍ର ଦେଖାଇ

କହ ଲୋ ଆଈ କହ,

ଆଈ ଖୁସିରେ ବସିଲା ପାଶେ

ଉତ୍ତର ଦେବି ରହ ।

ଗଛ ଆମର ଜୀବନ ଧନ

ମନରେ ହେଜି ଥାଅ,

ଆମକୁ ଦିଏ ଖାଦ୍ୟ ଓ ବସ୍ତ୍ର

ଘର କାମରେ ନିଅ ।

ଫୁଲ ଅତର କାମରେ ଆସେ

ଫଳ ଦିଅଇ ବଳ,

କେତେ ପତର ସେବାରେ ଲାଗେ

ରୋଗର ଉପକାର ।

ଗଛର ବିନା ବରଷା ନାହିଁ

ନାହିଁ ତ ଅମ୍ଳଜାନ,

ମଣିଷ ଗୋଟିକୁ ଗଛ ଗୋଟିଏ

ଶୁଣ ଦେଇ ମନଧ୍ୟାନ ।

ଗଛ ବଞ୍ଚିଲେ ଆମେ ବଞ୍ଚିବା

ଲଗାଅ ଚ।ରା ଗଛ,

ରିୟା ରାହୁଲ ଶୁଣି କହିଲେ

କରିବୁ ଆମେ ଚାଷ ।

∎
(ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ )
ଅବସର ପ୍ରାପ୍ତ ମଣ୍ଡଳ ସହ -- ଶିକ୍ଷାଧିକାରୀ ପୁରୀ ସଦର ବ୍ଲକ ,ପୁରୀ

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ନଭେମ୍ବର :୨୦୨୪ , ପ୍ରଥମ ବର୍ଷ : ଏକାଦଶ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion