Skip to content
ଶିଶୁ କିଶୋର

କବିତା

ଶିଶୁ ସାହିତ୍ୟର ବିକାଶ ପାଇଁ

ଶିଶୁ ସାହିତ୍ୟର ବିକାଶ ପାଇଁ

ଶିଶୁ ସାହିତ୍ୟର ବିକାଶ ପାଇଁ
ଏକାଡେମୀ ଗଢ଼ା ହୋଇଛି ଭାଇ।
ସାରା ଓଡ଼ିଶାର ଯେତେ ଲେଖକ
ଲେଖିକା ମାନଙ୍କୁ କରିଛି ଏକ।
ଶିଶୁ ଡଟ କମ ଇ -ପତ୍ରିକା
ପ୍ରତିମାସେ ଆସି ହେଉଛି ଦେଖା।
ପ୍ରକାଶନୀ କାମ ହାତକୁ ନେଇ
ପ୍ରକାଶନ କରେ ଆମରି ବହି।
ନିୟମିତ କରି ସଭା ସମିତି
ସୁଦୃଢ କରିଛି ଆର୍ଥିକ ସ୍ଥିତି।
ପ୍ରଗତି ପଥରେ ଗଡୁଛି ରଥ
ଉଡୁଅଛି ଶିଶୁ ସାହିତ୍ୟ ନେତ।
ଆସ ମିଳିମିଶି ମିଳାଇ ହାତ
ଟାଣି ନେବା ଶିଶୁ ସାହିତ୍ୟ ରଥ।
∎
ସମ୍ପାଦକ
ଶିଶୁକିଶୋର ସାହିତ୍ଯ ଏକାଡେମୀ, ଓଡିଶା

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ସେପ୍ଟେମ୍ବର:୨୦୨୬ , ତୃତୀୟ ବର୍ଷ-ନବମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

କୈଳାସ ଚନ୍ଦ୍ର ବେହେରା

27-09-2026 / 19:12:45

ଶିଶୁ କିଶୋର ଏକାଡେମୀ ପାଇଁ ନିଜକୁ ହଜେଇ ଦେଇଥିବା ବଡ଼ ଭାଇଙ୍କୁ ହୃଦୟରୁ ପ୍ରଣାମ

ଡକ୍ଟର ସୁନାମଣି ରାଉତ

03-09-2026 / 12:22:26

ଏହା ଏକ ସମ୍ଭାବନାପୂର୍ଣ, ପ୍ରେରଣାଦାୟୀ ଆଲେଖ୍ୟ। ଧନ୍ୟବାଦ ଵୀରେନ୍ଦ୍ର । ଅଗ୍ରଗତିର ପାଵଚ୍ଛରେ ଅଗ୍ରସର ହେଉଥାଅ- ଏହାହିଁ କାମନା ।

ଉମାକାନ୍ତ ବେହେରା

03-09-2026 / 11:24:09

ଆମେତ ତାଙ୍କ ଅବଦାନ ଦେଖୁଛେ

ସ୍ୱର୍ଣ୍ଣଲତ। ତ୍ରିପାଠୀ

01-09-2026 / 12:58:37

ଶିଶୁ ସାହିତ୍ୟର ବିକାଶ ପାଇଁ ସୁନ୍ଦର ଏ କବିତା ଅନ୍ୟ ଲେଖକ ଲେଖିକାଙ୍କ ପାଇଁ ପ୍ରେରଣା ।

Dhananjaya swain

01-09-2026 / 10:27:23

It would encorage others.

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion