କବିତା
ଗାଆଁର ସଡ଼କ

ଅଙ୍କା ବଙ୍କା ସେ ଗାଆଁ ସଡ଼କ
ଲମ୍ବିଛି ବହୁଦୂର
ସେଇ ବାଟରେ ସହରୀ ବନ୍ଧୁ
ଆସଇ ପଲ୍ଲୀ ପୁର ||
ଵନ୍ଧୁ ଵାନ୍ଧବ ସେଇ ବାଟରେ
ଆସନ୍ତି ହେଇ ଖୁସୀ
ସେଇ ବାଟରେ ସହରଯାଏ
ପଢ଼ିବାପାଇଁ ଲୁସି ||
ସେଇଵାଟରେ ଵେପାର ପାଇଁ
ଵଜାର ଯାଏ ଘନ
ଶ୍ରମିକଟିଏ କାମକୁ ଯାଏ
ଶ୍ରମରେ ରଖି ମନ ||
ସଡକଛାତି ଉପରେ ନିତି
ଚାଷୀ କ୍ଷେତକୁ ଯାଏ
ଵାଟକଡରେ ଥୁଣ୍ଟା ଗଛରେ
ଵଣିଟି ଵସିଥାଏ ||
ଵୋହୂ ଵେଶରେ ଗାଆଁର ଝିଅ
ଶାଶୂଘରକୁ ଯାଏ
ସେଇ ବାଟରେ ଫେରିଵଵୋଲି
ମାଆତା ଚାହିଁଥାଏ ||
ପୁନେଇଁରାତି ଜହ୍ନକିରଣେ
ସଡକ ଝଲମଲ
ଵରଷା ଦିନେ ଵଗଵସନ୍ତି
ଵାଟରେ ପଲ ପଲ ||
ଗାଆଁ ସଡକ ଦୁଇପଟରେ
ସଵୁଜ କ୍ଷେତ ହସେ
ସଡକକଡ ଗଛାଇରେ
ଵାଟୋଇଭାଇ ଵସେ ||
ସଡ଼କ ଛାତି ଉପରେ ନିତି
ଚାଷୀ କ୍ଷେତକୁ ଯାଏ
ବାଟକଡର ଥୁଣ୍ଟା ଗଛରେ
ବଣିଟି ଵସିଥାଏ ||
ସଡକ ପରେ ପାଦପକେଇ
ନିଜ ଗାଆଁକୁ ଭୁଲି
ପାଠୁଆପିଲା ଦୂର ବିଦେଶ
ଯାଆନ୍ତି ଦିନେ ଚାଲି ||
ମୋବାଇଲ -୯୬୬୮୮୨୨୧୯୦

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
01-05-2026 / 16:35:32
ଗାଆଁ ସଡ଼କର ସୁନ୍ଦର ଵର୍ଣ୍ଣନା ଉସ୍ଥାପନା କରିଛନ୍ତି।