କବିତା
ନାନାବାୟା ଗୀତ (ତାଳ ଖରସା)

ତାଳ ଖରସା ବାଇଆ ବସା
ବସା ଝୁଲୁଥିଲା ଡାଳେ
ଆସିଲା ଖରା ତାତିଲା ଧରା
ମୁଣ୍ଡ ବିନ୍ଧାଇଲା ଫାଳେ ।
ମୁଣ୍ଡରେ ବାନ୍ଧ ଠେକା
ଖରା ପାଇଁକି ପାଣି ବୋତଲ,
ପଖାଳ ଭାତ, ପାଚିଲା ବେଲ,
ଦହିକୁ ଲୁଣଲଙ୍କା ।
ପିଇବ ପେଟେ ଶୋଇବ ଖଟେ
ସରିବ ନାହିଁ ଟଙ୍କା ।
ଛତା ମୁଣ୍ଡାଇ ଚପଲ ନାଇ
ବଜାର ଯିବା ଜାଣି,
ଶେଯରୁ ଉଠି ବସିଲା କୁନି
ଯିବ କଲମ ଆଣି ।
କଲମ ଧରି ପଢିବ ପାଠ
ପାଠ ଦେଖାଏ ଅସଲ ବାଟ
କିଏ ପଢିବ କୁହ ?
ହାତକୁ ଟେକି ଜଣାଇଦିଅ
ଯେତେକ ସୁନାପୁଅ ।
∎
ଶୁଶୁଡା,ଅନୁଗୋଳ
ମୋ – 7978087891

ଲେଖା ସମ୍ପର୍କୀୟ ମତାମତ
Haripriya Pattnaik
28-05-2026 / 20:15:31
ସୁନ୍ଦର ଲାଗିଲା କବିତାଟି
ଧୀରେନ ମିଶ୍ର
06-05-2026 / 12:23:33
ସମୟ ବାହାର କରି ମୋ ଲେଖା ପଢି ମତାମତ ଦେଇଥିବା ବଡଭାଇ ମାନଙ୍କୁ ମୋର ଶତ ପ୍ରଣାମ ।
କୁଞ୍ଜବିହାରୀ ସାହୁ
01-05-2026 / 09:58:38
ଭଲ ଲାଗିଲା, ପିଲାଙ୍କୁ ଅଛପା ଶବ୍ଦ ଉପରେ ପରିଚିତି କରାଇଦିଆଗଲା ।
Niranjan Pati
01-05-2026 / 09:45:51
Bahut badhiya