Skip to content
ଶିଶୁ କିଶୋର

କବିତା

ହସିବ ଜନମ ଭୂଇଁ

ହସିବ ଜନମ ଭୂଇଁ

କୁନା, କୁନି, ମୁନି
ଟିକି ଚୁନା ଚୁନି
ତୁମେ ତ ଅଫୁଟା ଫୁଲ
ଆଜି ନ ହେଲେ ବି
କାଲିକି ଫୁଟିବ
କିଏ ହେବ ସମତୁଲ ll

ସଭିଙ୍କ ମନରେ
ହସ ଭରିଦେବ
କରିବ ଦେଶର ହିତ,
ସାରା ଜଗତକୁ
ବାସ ଚହଟାଇ
ରଖିବ ମାନ ମହତ ll

ଭଲ କାମ କଲେ
ହସିବ ଏ ଦେଶ
ହସିବ ଜନମ ଭୂଇଁ,
କଢିରୁ ତ ଫୁଲ
ହୋଇ ଫୁଟୁଥିବ
ବାସ ଚହଟାଇ ଦେଇ ll

କୁନା,କୁନି, ମୁନି
ଟିକି ଚୁନା ଚୁନି
ପଢ଼ାରେ ଦେବ ଧିଆନ,
କାମ କରି ଯିବ
ଗାଆଁ ମାଟି ପାଇଁ
ରଖିବ ଦେଶର ମାନ ll

କବି କୁଟିର
∎
ସା /ପୋ =ଡ଼ଇଁଚା, ଭାୟା =ରେଢ଼ାଖୋଲ, ଜି =ସମ୍ବଲପୁର,
ପିନ =768106,
ମୋ =7077579317

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ସେପ୍ଟେମ୍ବର:୨୦୨୬ , ତୃତୀୟ ବର୍ଷ-ନବମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion