କବିତା
ଜଗତ ହିତରେ ଗଛ ଜୀବନ

ଦୂରୁ ଗଛ ଦିଶେ ଆହାକି ସୁନ୍ଦର
କି ସୁନ୍ଦର ଦିଶେ ସବୁଜ ପତର
ଫୁଲ ଅତି ମନଲୋଭା,
ଦେଖିଦେଲେ ଥରେ ମନ ପୁରିଉଠେ
କି ଉପମା ତା କୁ ଦେବା l ୧ l
ଗଛ ଉପକାର କିଏବା ଭୁଲିବ
ଯେତେଦିନ ଯାଏ ଗଛ ବଞ୍ଚିଥିବ
ଧରା ପରେ ଥିବ ରହି,
ଦେଉଥିବ ଛାଇ ଫୁଲ ସାଥେ ଫଳ
ସବୁ ପରା ଆମ ପାଇଁ l ୨ l
ପ୍ରଶ୍ୱାସ ପାଇଁ ସେ ଦିଏ ଅମ୍ଳଜାନ
ଅଙ୍ଗାରକାମ୍ଳ କୁ କରେ ସେ ଗ୍ରହଣ
ସ୍ୱଚ୍ଛ ରଖେ ପରିବେଶ,
ଜଗତ ଜନଙ୍କୁ ଅମୃତ ବାଣ୍ଟଇ
ଶୋଷି ନେଇ ନିଜେ ବିଷ l ୩ l
ଖରାଦିନେ ଛାଇ ଦେଉଛି ଆମକୁ
ଶୁଖିଲା ପତର ଦିଏ ଜାଳିବାକୁ
ଗଛ ର କାଠ କୁ ନେଇ,
ଖଟ ଚଉକାଠ କବାଟ ଗଢୁଛେ
ଆମେ ନିଜ ଘର ପାଇଁ l ୪ l
ଔଷଧ ହେଉଛି ଗଛ ଛେଲି ଚେର
ପତର କରଇ କେତେ ଉପକାର
ଏ ଜୀବ ଜଗତ ପାଇଁ,
ଦାନ ତା ମହାନ କିଏବା ଭୁଲିବ
ଅମୂଲ୍ୟ ରତ୍ନ ଟି ସେହି l ୫ l
ଜଗତ ହିତରେ ଗଛ ତା ଜୀବନ
ଦେଖ ପିଲେ କରିଅଛି ସମର୍ପଣ
ଆମେ ତା ଯତନ ନେବା,
ଗୋଟି ଗୋଟି ଚାରା ବାଡ଼ିରେ ଲଗାଇ
ଆମେ ତା କୁ ବଢ଼ାଇବା l ୬ l
∎
ଯଦୁ ମାଳତୀ କୃପା ନିବାସ
ଶକ୍ତି ବିହାର, ବାଲିପଡ଼ା, ପୋଷ୍ଟ - ଗୌଡଗୋପ,
ଭାୟା - ନିଶ୍ଚିନ୍ତକୋଇଲି, ଜିଲ୍ଲା - କଟକ -754207
ମୋବାଇଲ୍ -7609044383

ଲେଖା ସମ୍ପର୍କୀୟ ମତାମତ