କବିତା
ଠେକୁଆ ପାଇଲା ନୂଆ ଜୀବନ

ଅଗଲ ବଗଲ ସପଲ ସାଇ
ବଣରେ କହୁଛି ଗଧିଆ ଯାଇ
ରୋଗରେ ପଡିଛି ଠେକୁଆ ଭାଇ
ନାଡି ଦେଖେ ହନୁ ବଇଦ ହୋଇ
ଲାଗିବ ଲହୁ
ଭଲ ହେବାପାଇଁ ଲୋଡା ହେବ ତାର
ପଇସା ବହୁ।।,,,,,,
କଥା ଖେଳିଗଲା କେଡେ ପୁଲକେ
ଭାଳେଣି ପଡିଲା ବଣ ମୂଲକେ
ସଞ୍ଚିନି ପଇସା ଆଣିବ କାହୁଁ
ମିଳିବ କୋଉଠୁ ତାହାକୁ ଲହୁ
ପଡିଲା ହୁରି
କେମିତି ରହିବ ଠେକୁଆ ଜୀବନ
ଚିନ୍ତା ସବୁରି।।,,,,,,,,,
ନାଚି ନାଚି ହନୁ କରିଲା ମଜା
ଢୋଲ ବଜାଇଲା ହରିଣ ଅଜା
ଗାଇଲେ ଚଢେଇ ମଧୁର ଗୀତ
ଗଧ ଆସି କହେ ଠେକୁଆ ମିତ
ପଡିଛି ରୋଗେ
ଇଛା ରେ ତୁମର ଯିଏ ଯାହା ପାଉ
ଦିଅଟି ବେଗେ।
ହାତୀ ଆଣି ଦେଲା ମଣି କାଞ୍ଚନ
ବିକିବାରୁ ହେଲା ବହୁତ ଧନ
ଜଳହସ୍ତୀ ଦେଲା ଦେହରୁ ଲହୁ
ଦେଲେ ଯିଏ ଯାହା ପାରିଲା ଯହୁଁ
ହେଲା ନିଦାନ
ସେବା ଦାନ ବଳେ ପାଇଲା ଠେକୁଆ
ନୂଆ ଜୀବନ।।,,,,,,
∎
ସଂପାଦକ - ସାଇ ଚେତନା ସାହିତ୍ୟ ସଂସଦ
, ସଢା, କେନ୍ଦୁଝର

ଲେଖା ସମ୍ପର୍କୀୟ ମତାମତ
ନିରୁପମା କବି
01-09-2026 / 16:14:36
ବଢ଼ିଆ,,