କବିତା
ଉକୁଡୁ - ମୁକୁଡୁ

ଉକୁଡୁ ମୁକୁଡୁ ଧାଏଁ ଖୁଡୁଖୁଡୁ
ମୁକୁଡୁ କାନ୍ଦିଲା ଭେଁ
ବାରି ବୁଦାତଳୁ ସାରୁଗଛ ମୂଳୁ
ବେଙ୍ଗୁଲୀ କଟର କେଁ ।
ଛପଲ-ଛପଲ ଛେଳି ପଲପଲ
ଛେଳିଛୁଆ ଡାକେ ମେଁ
ଚବଲ-ଚବଲ ପାଣି ତଲତଲ
କଡେଇ ତାତିଲେ ଚେଁ ।
ଚବର ଚବର ଖବର ଜବର
ପାନଖିଆ ପାଟି ନାଲି
ନଙ୍ଗର ପଙ୍ଗର ଚଙ୍ଗର ଚଙ୍ଗର
କହିବୁ ଯା` ଯେତେ କାଲି ।
ଖସର ମସର ଯାଏ ସର-ସର
ପିଲାଏ ମାଇଲେ ତାଳି
ଘଷର ଘଷର ଆହୁରି ଘଷର
ବାଟଣ ପିଠଉ ଥାଳି ।
ରଡି ଛାଡିଛାଡି ଆସେ ମାଡିମାଡି
ଇଞ୍ଜିନର ରେଳଗାଡି
ପଘା ଭିଡିଭିଡି ଅଜା ଚିଡିଚିଡି
ଗାଈ ରହେ ଛୁଆଛାଡି ।
∎
ଶୁଶୁଡା, ଅନୁଗୋଳ
ମୋ – 7978087891

ଲେଖା ସମ୍ପର୍କୀୟ ମତାମତ
ଶରତ କୁମାରୀ ସ୍ଵାଇଁ
04-02-2026 / 20:17:51
ଖୁବ୍ ସୁନ୍ଦର ହୋଇଛି କବିତା ଟି। ଧନ୍ୟବାଦ।