Skip to content
ଶିଶୁ କିଶୋର

କବିତା

ଶରତ ଆସେ

ଶରତ ଆସେ

ଶରତ ଆସେ
ନାନା ଜାତି ଫୁଲେ
ମରତ ହସେ।

ଗଙ୍ଗ ଶିଉଳି
ସକାଳ କୁ ସିନା
ପଡ଼ଇ ଝରି।

ବାସ ତାହାର
ମୋହି ନିଏ ନାହିଁ
ମନ କାହାର ?

ନଈ ପଠା ରେ
କାଶତଣ୍ଡୀ ରୂପା
ଚାମର ଢାଳେ।

ଝରଣା ନଈ
ବୋହୁଥାନ୍ତି ଅତି
ସୁଧାର ହୋଇ।

ଦୁରୁଗା ମାଆ
ଆସନ୍ତି ସଭିଙ୍କି
ହେବାକୁ ସାହା।

କଲେ ଦଇନି
ଦୟା ସ୍ନେହ ନିଶ୍ଚେ
ଦେବେ ସେ ବୁଣି।

ଶରତ ପରି
ହୋଇଲେ ରଖିବୁ
ଟେକ ଆମରି।
∎
ମଣ୍ଡୁଆ,କେନ୍ଦୁଝର ଗଡ
ମୋ – ୯୪୩୭୭୫୨୩୯୫

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ସେପ୍ଟେମ୍ବର:୨୦୨୬ , ତୃତୀୟ ବର୍ଷ-ନବମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଉମାକାନ୍ତ ବେହେରା

01-09-2026 / 13:02:51

ସୁନ୍ଦର ଶରତ, ଶୁଭେଚ୍ଛା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion