Skip to content
ଶିଶୁ କିଶୋର

ଗପ

ଗେହ୍ଲୀର ଅକଲ

ଗେହ୍ଲୀର ଅକଲ

ଭୋର୍ ସକାଳ। ଅଶୀ ବର୍ଷର ଜେଜୀ ଅଣ୍ଟାରେ ଲୁଗାକାନି ଭିଡି ଦାଣ୍ଡ ଖରକୁ ଥିଲା। ଡାହାଣ ହାତରେ ଥାଏ ପହଁରା ଆଉ ବାଆଁ କାଖରେ କାଖେଇ ଥାଏ ଝୁଡି।ଖରକିବା ଶବ୍ଦ ଶୁଣି ନାତୁଣୀ ଉଠି ପଡିଲା ବିଛଣାରୁ।ଜେଜୀଙ୍କ ପାଖକୁ ଧାଇଁ ଯାଇ ଦେଖିଲା ତାଙ୍କ କପାଳରେ ବିନ୍ଦୁ ବିନ୍ଦୁ ଝାଳ।ଜେଜୀଙ୍କୁ କିଛି ନ କହି ତାଙ୍କ ହାତରୁ ଛଡାଇ ଆଣିଲା ପହଁରାଟା।ଜେଜୀ ତା` ମୁହଁକୁ ଅନାଇବାରୁ ନାତୁଣୀ କହିଲା ଜେଜୀ!ମାଆ ତମକୁ କେବେ ତ କାମ କରିବାକୁ ବତାନ୍ତି ନାହିଁ। ତା ଛଡା ତମର କ`ଣ ବୟସ ଅଛି ନା ତମ ଦେହରେ ଆଉ ବଳ ଅଛି ଯେ ତମେ ଏସବୁ କରିବ?

ନାତୁଣୀ ଗେହ୍ଲୀ ମୁହଁରୁ ଏମିତି ଅକଲର କଥା ଶୁଣି ଜେଜୀ ତାକୁ କୋଳେଇ ଆଣିଲେ।ତା ମୁହଁକୁ ଆଉଁଷି ଦେଇ କହିଲେ ଆଲୋ ଗେହ୍ଲୀ ! ମୁଁ ଏଇ କାମ କରିବା ଛଳରେ ତୋର ବୁଦ୍ଧି ଅକଲକୁ ପରଖୁ ଥିଲି।ଏବେ ଜାଣିଲି ତୋର ଯେତେ ଅକଲ, ତୋ ଜୀବନରେ କେବେ ବି କେଉଁଠି ହାରିବୁ ନାହିଁ।ଆଉ ଗୋଟିଏ କଥା ମନେ ରଖିବୁ,କେବଳ ମତେ ନୁହେଁ କୌଣସି ଗୁରୁ ଗୁରୁଜନଙ୍କ କଥାକୁ କେବେ ଏଡାଇ ଦେବୁନି କି ସେମାନଙ୍କ ସହିତ ଛଳନା କରିବୁନି।କେବଳ ପାଠ ପଢିଲେ ତମେ `ଭଲ ମଣିଷ `ହେଇ ପାରିବନି।ଭଲ ମଣିଷ ହେବା ଓ ସଫଳତା ଅର୍ଜନ କରିବାକୁ ହେଲେ ପାଠ ସହିତ ବୁଦ୍ଧି ବିବେକ ଦରକାର।

∎
ସଭାପତି
ଉତ୍କଳମଣି ଶିଶୁ ସାହିତ୍ଯ ସମିତି
ଶଂଖୋ,କେନ୍ଦୁଝର।

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ସେପ୍ଟେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ନବମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ

04-09-2025 / 17:57:07

ଭଲଲାଗିଲା ଗଳ୍ପଟି।

ଜୟକୃଷ୍ଣ ସାହୁ

01-09-2025 / 14:22:03

ସୁନ୍ଦର ଶିକ୍ଷଣୀୟ ଗପଟିଏ। ଭଲଲାଗିଲା।

ମୋହନ କୁମାର ସ୍ୱାଇଁ

01-09-2025 / 11:10:30

ଭଲ ଲାଗିଲା

କୀର୍ତ୍ତନ ସାହୁ

01-09-2025 / 10:24:26

ସୁନ୍ଦର ଗପ ଟିଏ । ଶିକ୍ଷଣୀୟ ହେଇଛି ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion