କବିତା
ଭକତି ଭାବେ ପୂଜିବି ମୁହିଁ

ଜଗତର ସେ ବଡ ଠାକୁର
ସିନା ସେ ଅଧାଗଢା,
ଆମ ଜୀବନ ମୁକତି ପଥେ
ତାଙ୍କ ଆଶିଷ ଲୋଡା ।
ଦେଖୁଛନ୍ତି ସେ ସାରା ସଂସାର
ମୁରୁକି ହସି ହସି,
ଭକତ ଲୁହ ପୋଛୁଛନ୍ତି ସେ
ଭାବରେ ଦିବାନିଶି ।
ସାଗର ନଈ ଯାଆନ୍ତି ବହି
ଖୁସି ଓ ଆନନ୍ଦରେ,
ସୂରୁଜ ଚନ୍ଦ୍ର ଆକାଶେ ଉଭା
ତାଙ୍କରି ଇଙ୍ଗିତରେ ।
ବରଷେ ଥରେ ବଡଦାଣ୍ଡକୁ
ଆସନ୍ତି ଘୋଷଯାତେ,
ସୁଖଦୁଃଖରେ ରହନ୍ତି ସିଏ
ଭକତ ଜନ ସାଥେ ।
ଏମିତି ଦିଅଁ ଦେଖିଛ କାହିଁ
ନିଜ ଆସ୍ଥାନ ଛାଡି,
ଆସନ୍ତି ଯିଏ ଆଷାଢ଼ ଶୁକ୍ଳେ
ବଡଦାଣ୍ଡକୁ ମାଡି ।
ହୁଅନ୍ତି ବିଜେ ସୁନାବେଶରେ
ଦିଶନ୍ତି ଝଲମଲ,
ମନେ ହୁଅଇ ମର୍ତ୍ତ୍ୟେ ଆସିଛି
ସୁଖର ମଧୁକାଳ ।
ତୁମ ଅପୂର୍ବ ବଡପଣର
ନାହିଁ ତ ପଟ୍ଟାନ୍ତର,
ଭକତି ଭରେ ପୂଜିବି ମୁହିଁ
ଅନ୍ତରୁ ନିରନ୍ତର ।
∎
ଜନାର୍ଦ୍ଦନପୁର ଶାସନ
କେନ୍ଦୁଝର
୭୬୮୩୮୬୭୭୪୨

ଲେଖା ସମ୍ପର୍କୀୟ ମତାମତ
Haripriya Pattnaik
01-08-2026 / 22:55:32
ଭଲହେଇଛି କବିତାଟି।