ଶିଶୁ କିଶୋର. କମର ଲେଖା ପ୍ରକାଶନ ନିୟମାବଳୀ
ଶିଶୁ କିଶୋର . କମ ସମ୍ପର୍କୀୟ ସୂଚନା
- ଶିଶୁ କିଶୋର . କମ ଏକ ୱେବ ପତ୍ରିକା ।
- ଏହା ଶିଶୁ କିଶୋର ସାହିତ୍ଯଏକାଡେମି , ଓଡିଶା ଦ୍ଵାରା ଅଧିକୃତ ଓ ଉପସ୍ଥାପିତ ।
- ଏହା ପ୍ରତି ମାସ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ।
- ଏଥିରେ କେବଳ ଶିଶୁ କିଶୋରଙ୍କ ପାଇଁ ଉଦ୍ଦିଷ୍ଟ ଲେଖା ପ୍ରକାଶ ପାଇବ ।
- ଏଥିରେ ଉଭୟ ବରିଷ୍ଠ ଓ କନିଷ୍ଠ ( ଶିଶୁ / କିଶୋର ) ଲେଖକମାନଙ୍କ ଲେଖା ପ୍ରକାଶ ପାଇବ ।
- ଶିଶୁ କିଶୋରମାନଙ୍କ ହାତ ଅନ୍କା ଚିତ୍ର ପ୍ରକାଶ ପାଇବ ।
- ବିଭିନ୍ନ ବିଷୟକ ଲେଖା ଯାହା ଶିଶୁ କିଶୋରଙ୍କ ପାଇଁ ଉପୟୁକ୍ତ ମନେ କରାଯିବ, ତାହା ପ୍ରକାଶ ପାଇବ । ।
- ଲେଖା ନିର୍ବାଚନରେ ସମ୍ପାଦନା ମଣ୍ଡଳୀର ନିଷ୍ପତି ଚୁଡାନ୍ତ ।
- ଏହି ଉଦ୍ୟମକୁ ସଫଳ କରିବା ପାଇଁ ଆମେ ଲେଖକ / ଅଭିଭାବକ / ଛାତ୍ର ଛାତ୍ରୀଙ୍କ ସହଯୋଗ ଓ ପରାମର୍ଶ କାମନା କରନ୍ତୁ ।
- ପରାମର୍ଶ / ଲେଖା ପଠାଇବାର ଠିକଣା ହେଲା : shishukishora@gmail.com ।
ପିଲାଙ୍କ ଚିତ୍ର ପ୍ରକାଶନ ସମ୍ବନ୍ଧୀୟ ସୂଚନା
- ଶିଶୁ ଚିତ୍ରଶିଳ୍ପୀ ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପିଲାଙ୍କ ଅଙ୍କିତ ଚିତ୍ର ଏଥିରେ ପ୍ରକାଶ ପାଇବ ।
- ଏହି ଚିତ୍ର ଗୁଡିତ ୱେବ ପତ୍ରିକାର ମୁଖ ପୃଷ୍ଠାରେ ସ୍ଥାନିତ ହେବ ଓ ଏକ ମାସ ପାଇଁ ଦ୍ରୁଶ୍ଯ ହେବ ।
- ୧୫ ବର୍ଷରୁ କମ ବଯସର ଚିତ୍ରଶିଳ୍ପୀମାନଙ୍କ ଚିତ୍ର ଏହି ବିଭାଗରେ ପ୍ରକାଶ ପାଇବ ।
- ଶିଶୁ ଚିତ୍ରଶିଳ୍ପୀମାନେ ନିଜର ବୟସ, ଠିକଣା ଓ ଯୋଗାଯୋଗ ପାଇଁ ମୋବାଇଲ ଫୋନ ନମ୍ବର ଉଲ୍ଲେଖ କରି ମେଲରେ ଚିତ୍ର ପଠାଇବେ ।
- ଚିତ୍ର ପ୍ରକାଶନ ପାଇଁ 50 ଟଙ୍କାର ପ୍ରବେଶିକା ଦେୟ ଦେବାକୁ ହେବ ।
- ଯେଉଁ ଚିତ୍ରଶିଳ୍ପୀମାନଙ୍କର ଚିତ୍ର ପ୍ରକାଶନ ଉପଯୋଗୀ ହେବ ସେମାନଙ୍କୁ ପ୍ରମାଣପତ୍ର ସହିତ ଏକ ପୁସ୍ତକ ଉପହାର ସୂତ୍ରେ ଦିଆଯିବ ।
- ଚିତ୍ର ଓ ଆନୁଷଙ୍ଗିକ ତଥ୍ୟ ପଠାଇବାର ଠିକଣା ହେଲା : shishukishora@gmail.com ।
ଶିଶୁ କିଶୋର ପୁସ୍କକ ସମ୍ବନ୍ଧୀୟ ସୂଚନା ପ୍ରକାଶନର ନିୟମାବଳୀ
- ଶିଶୁ କିଶୋରଙ୍କ ପାଇଁ ଉଦ୍ଦିଷ୍ଟ ପୁସ୍ତକ ସମ୍ବନ୍ଧୀୟ ସୂଚନା ଶିଶୁ କିଶୋର . କମରେ ପ୍ରକାଶ ପାଇବ ।
- ଏହି ସୂଚନା ଗୁଡିକ ୱେବ ପତ୍ରିକାର ମୁଖ ପୃଷ୍ଠାରେ ସ୍ଥାନିତ ହେବ ଓ ଏକ ମାସ ପାଇଁ ଦ୍ରୁଶ୍ଯ ହେବ ।
- ଏହି ବିଭାଗ ପାଇଁ ଲେଖକ / ଲେଖିକାମାନେ ବହିର ନାମ, ମୂଲ୍ୟ, ପ୍ରକାଶକ, ପ୍ରକାଶ କାଳ, କେଉଁ ପ୍ରକାର ପୁସ୍ତକ, ଲେଖକଙ୍କ ଠିକଣା ଓ ଯୋଗାଯୋଗ ପାଇଁ ମୋବାଇଲ ଫୋନ ନମ୍ବର ଉଲ୍ଲେଖ କରି ମେଲରେ ପ୍ରଚ୍ଛଦଚିତ୍ର ଟି ପଠାଇବେ ।
- ପୁସ୍ତକ ସମ୍ବନ୍ଧୀୟ ସୂଚନା ପ୍ରକାଶନ ପାଇଁ 100 ଟଙ୍କାର ପ୍ରବେଶିକା ଦେୟ ଦେବାକୁ ହେବ ।
- ଲେଖକମାନେ ନିଜର ପୁସ୍ତକ ଆମକୁ ଷ୍ଟୋରରେ ରଖିବା ପାଇଁ ଦେଇ ପାରିବେ । ଯଦି ତାହାର ମୂଲ୍ୟ 100 ଟଙ୍କା ବା ତାହା ଠାରୁ ଅଧିକ ଓ ତାହା ଚିତ୍ରଶିଳ୍ପୀନୁ ଉପହାର ଦିଆଯାଏ, ଲେଖକଙ୍କୁ 60 ଟଙ୍କା ମିଳିପାରିବ ।
- ପୁସ୍ତକର ପ୍ରଚ୍ଛଦ ଚିତ୍ର ଓ ଆନୁଷଙ୍ଗିକ ତଥ୍ୟ ପଠାଇବାର ଠିକଣା ହେଲା : shishukishora@gmail.com ।
ଜନ୍ମଦିନ ଶୁଭେଚ୍ଛା ପ୍ରକାଶନର ନିଯମାବଳୀ
- ଶିଶୁ କିଶୋର . କମରେ ଜନ୍ମଦିନର ଶୁଭେଚ୍ଛା ବାର୍ତା ପ୍ରକାଶ ପାଇବ ।
- ଏହି ବାର୍ତା ଦୁଇ ଭାଗରେ ବିଭକ୍ତ । ଲେଖକ ଲେଖିକାଙ୍କୁ ଶୁଭେଚ୍ଛା ଓ ଶିଶୁ କିଶୋରମାନଙ୍କୁ ଶୁଭେଚ୍ଛା ।
- ଏହି ବାର୍ତା ୱେବ ପତ୍ରିକାର ମୁଖ ପୃଷ୍ଠାରେ ସ୍ଥାନିତ ହେବ ଓ ଏକ ମାସ ପାଇଁ ଦ୍ରୁଶ୍ଯ ହେବ ।
- ଜନ୍ମଦିନଟି ୱେବ ପତ୍ରିକାର ଚଳନ୍ତି ମାସରେ ପଡିଥିବା ଉଚିତ ।
- ଏହି ବିଭାଗ ପାଇଁ ଲେଖକ / ଶିଶୁ / ଅଭିଭାବକ / ଶିକ୍ଷକମାନେ ନାମ, ଜନ୍ମ ତାରିଖ, ଠିକଣା ଓ ଯୋଗାଯୋଗ ପାଇଁ ମୋବାଇଲ ଫୋନ ନମ୍ବର ଉଲ୍ଲେଖ କରି ମେଲରେ ପାସ ପୋର୍ଟ ସାଇଜର ଫୋଟୋ ଟି ପଠାଇବେ ।
- ଜନ୍ମଦିନ ଶୁଭେଚ୍ଛା ବାର୍ତା ପ୍ରକାଶନ ପାଇଁ ପିଲାମାନଙ୍କୁ ୫0 ଟଙ୍କାର ପ୍ରବେଶିକା ଦେୟ ଦେବାକୁ ହେବ ।
- ଯେଉଁମାନଙ୍କର ଜନ୍ମଦିନ ଶୁଭେଚ୍ଛା ବାର୍ତା ପ୍ରକାଶ ପାଇବ , ସେମାନଙ୍କୁ ସେମାନଙ୍କୁ ଗୋଟିଏ "ଶୁଭଜନ୍ମଦିନ କାର୍ଡ " ସହିତ ଏକ ପୁସ୍ତକ ଉପହାର ସୂତ୍ରେ ଦିଆଯିବ ।
- ଜନ୍ମଦିନ ଶୁଭେଚ୍ଛା ବାର୍ତା ପ୍ରକାଶନ ପାଇଁ ଲେଖକଙ୍କୁ 200 ଟଙ୍କା ପ୍ରବେଶିକା ଦେୟ ଦେବାକୁ ହେବ ।
- ଲେଖକଙ୍କ ଜନ୍ମଦିନ ଫୋଟୋ ସହିତ ତାଙ୍କ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ (100 ଶବ୍ଦ ମଧ୍ୟରେ ) ପ୍ରକାଶ ପାଇବ। ଏହା ପଠାଇବାକୁ ଅନୁରୋଧ ।
- ଲେଖକଙ୍କୁ ପାଠକ / ସହଲେଖକ ଓ ଶୁଭେଛୁ ମାନେ ମଧ୍ୟ ନିଜର ସ୍ଵତନ୍ତ୍ର ଶୁଭେଚ୍ଛା ବାର୍ତା ଦେଇପାରିବେ । ସେ ବ୍ୟବସ୍ଥା ରହିବ ଓ ଏକମାସ ପରେ ତାହା ଅଦୃଶ୍ୟ ହେବ ।
- ଜନ୍ମଦିନ ଶୁଭେଚ୍ଛା ବାର୍ତା ପ୍ରକାଶନ ପାଇଁ ପୂର୍ବ ମାସର 25 ତାରିଖ ସୁଦ୍ଧା ସମସ୍ତ ତଥ୍ୟ ପହଞ୍ଚିବା ଆବଶ୍ୟକ ।
- ଫୋଟୋ ଓ ଆନୁଷଙ୍ଗିକ ତଥ୍ୟ ପଠାଇବାର ଠିକଣା ହେଲା : shishukishora@gmail.com ।
କୃତିତ୍ଵ ଅର୍ଜନ କରିଥିବା ପିଲାମାନଙ୍କ ସୂଚନା ପ୍ରକାଶନର ନିଯମାବଳୀ
- ଶିଶୁ କିଶୋର . କମରେ କୃତୀ ଛାତ୍ରଛାତ୍ରୀ ମାନଙ୍କ ସମ୍ପର୍କରେ ସୂଚନା ପ୍ରକାଶ ପାଇବ ।
- ଏହି ସୂଚନା / ସଂବାଦ ୱେବ ପତ୍ରିକାର ମୁଖ ପୃଷ୍ଠାରେ ସ୍ଥାନିତ ହେବ ଓ ଏକ ସ୍ଵତନ୍ତ୍ର ପୃଷ୍ଠାରେ ସବିଶେଷ ଦ୍ରୁଶ୍ଯ ହେବ । ଏହା ଏକ ମାସ ପାଇଁ ଦ୍ରୁଶ୍ଯ ହେବ ।
- ଏହା ଏକ ମାସ ପାଇଁ ଦ୍ରୁଶ୍ଯ ହେବ ।
- ଏହି ବିଭାଗ ପାଇଁ ଲେଖକ / ଶିଶୁ / ଅଭିଭାବକ / ଶିକ୍ଷକମାନେ ନାମ, ଜନ୍ମ ତାରିଖ, ଠିକଣା ଓ ଯୋଗାଯୋଗ ପାଇଁ ମୋବାଇଲ ଫୋନ ନମ୍ବର ଉଲ୍ଲେଖ କରି ମେଲରେ ପାସ ପୋର୍ଟ ସାଇଜର ଫୋଟୋ ସହିତ ୨୦୦ ଶବ୍ଦ ମଧ୍ୟରେ କୃତିତ୍ଵ ସୂଚନା / ସଂବାଦଟି ପଠାଇବେ ।
- ଏହି ସୂଚନା / ସଂବାଦ ପ୍ରକାଶନ ପାଇଁ ୧୦୦ ଟଙ୍କାର ଦେୟ ଦେବାକୁ ହେବ ।
- ଯେଉଁମାନଙ୍କର କୃତିତ୍ଵ ସୂଚନା / ସଂବାଦ ପ୍ରକାଶ ପାଇବ , ସେମାନଙ୍କୁ ସେମାନଙ୍କୁ ଗୋଟିଏ "ଶୁଭେଛା କାର୍ଡ " ସହିତ ଏକ ପୁସ୍ତକ ଉପହାର ସୂତ୍ରେ ଦିଆଯିବ ।
- ଫୋଟୋ ଓ ଆନୁଷଙ୍ଗିକ ତଥ୍ୟ ପଠାଇବାର ଠିକଣା ହେଲା : shishukishora@gmail.com ।
