ମୂଷା ମୂଷୀ ଗଲେ ମେଳଣ ଦେଖି
ମୂଷାମୂଷୀ ଗଲେ ମେଳଣ ଦେଖି
ମେଳଣରେ ଭାରି ଭିଡ଼।
ବିଲେଇ କରିଛି ମିଠାଦୋକାନ
ନେଉଳ ବିକେ ପଇଡ଼ ॥
ସାପ ଛାଣେ ବସି ବରା ପକୁଡ଼ି
ଗୋଧି ବିକେ ସରବତ ।
ବେଲୁନ୍ ବିକୁଛି ଡାମରାକୁଆ
ଚିଲ ଗାଉଅଛି ଗୀତ ॥
କୁକୁର ଡାକୁଛି ଭୋ ଭୋ କରି
ଆମ ଦୋକାନକୁ ଆସ ।
ଆମ ଦୋକାନରେ ମିଳୁଛି ଲଡୁ
ଦି’ ଟଙ୍କାକୁ ପୂରା ଦଶ ॥
ମୟୂର ବିକୁଛି ପନିପରିବା
ପରିବାରେ ପୋକ ନାହିଁ ।
କୋଉଠି କଦବା ଦିଶିଲେ ପୋକ
ଖୁମ୍ପମାରି ଦିଏ ଖାଇ ॥