ସେ ମନକୁ ମନ ପୁଣି କହିଲା, ମୋର ଯଦି ଢେର୍ ଜମି ହୋଇଯିବ ତେବେ ସଇତାନ ସ୍ୱୟଂ ଆସିଲେ ବି କିଛି କରିପାରିବନି।
ସଇତାନ ପାଖରେ ଠିଆ ହୋଇଥିଲା। ସେ ସବୁକଥା ଶୁଣିଲା।
ସେଇଠୁ ସେ କହିଲା- ହଉରେ ପୁଅ, ଦେଖିବା ତୁ କେତେ ବଳିଆ ! ରହ ତତେ ପରୀକ୍ଷା କରୁଛି।
ପାହୋମ୍ର ଗାଁ ପାଖରେ ଜଣେ ଧନୀ ମହିଳାଙ୍କ ଘର। ତାଙ୍କର ଥାଏ ଗୋଟେ ବିରାଟ ଚାଷ ଜାଗା। ସେ ବର୍ଷ ଶୀତ ଦିନେ ପାହୋମ୍ ଶୁଣିଲା ଯେ ଧନୀ ମହିଳା ଗୋଟା ତାଙ୍କ ଚାଷ ଜାଗାଟି ବିକିଦେବେ। ସେଥିରୁ ପ୍ରାୟ ପଚାଶ ଏକର ଜଣେ କାହାକୁ ସେ ଅଧେ ଦାମ୍ ରଖି ବିକି ସାରିଥିଲା। ବାକି ଅଧକର ପଇସା ପାଇଁ ସେ ବର୍ଷେ ଅପେକ୍ଷା କରିବାକୁ ରାଜି।
ପାହୋମ୍ ଭାବିଲା, ବେଶ୍ ତ ! ମୁଁ ତା’ ହେଲେ ପାରୁଛି କିଛି ଜମି କିଣି ନେବି।