ଗ୍ରୀଷ୍ମ ଛୁଟି ହୋଇଥାଏ...
ପୁରୀ ସହରରେ ରହି ପାଠପଢୁଛି ଶ୍ରୀବାସ୍ତବ । ତାଙ୍କ ନିଜଘର ପୁରୀ ସହରରେ । ଶ୍ରୀକ୍ଷେତ୍ରରେ ରହିଆସୁଛନ୍ତି ବୋଲି ଶ୍ରୀବାସ୍ତବର ବାପାଙ୍କ ମନ ଭାରି ଖୁସିଥାଏ । ଅନ୍ୟମାନଙ୍କ ଆଗରେ ଖୁସିରେ କହନ୍ତି, “ପୁଣ୍ୟ କରିଛୁ ବୋଲି ଶ୍ରୀଜଗନ୍ନାଥ ଆମ ଉପରେ ଦୟା ରଖିଛନ୍ତି । ତାଙ୍କ ନିକଟରେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ଖଣ୍ଡେ ପାଇଛୁ । ଏହାଠୁ ବଳି ବଡ଼ ଭାଗ୍ୟ କ’ଣ ଥାଇପାରେ !”
ଏକଥା ସତ୍ୟ ଯେ, ଶ୍ରୀବାସ୍ତବକୁ ମଧ୍ୟ ଖୁସି ଲାଗେ, ସେ ଶ୍ରୀକ୍ଷେତ୍ରରେ ରହିଛି ବୋଲି । ପ୍ରତିଦିନ ଟ୍ୟୁସନ୍କୁ ପାଠ ପଢ଼ିବାକୁ ଗଲାବେଳେ ମନ୍ଦିର ଭିତରକୁ ଯିବା ପାଇଁ ସିନା ସମୟ ନ ଥାଏ, ମାତ୍ର ସବୁବେଳେ ପତିତପାବନଙ୍କୁ ଦର୍ଶନ କରି ଯାଏ । ଶ୍ରୀଜଗନ୍ନାଥଙ୍କ ପ୍ରତି ଶ୍ରୀବାସ୍ତବର ଭକ୍ତିଭାବ ଯେପରି ଠୁଳ ହୋଇ ରହିଛି । ବାସ୍ତବରେ ପୁରୀ ସହରର ଖ୍ୟାତି ବିଶ୍ୱବିଦିତ, ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପାଇଁ । କିନ୍ତୁ ଅନେକ ସମୟରେ ତା’ର ଅଜାଘର ଗାଁକୁ ଯିବାକୁ ଇଚ୍ଛା ହୁଏ । ତାଙ୍କ ନିଜଗାଁ ପୁରୀ ସହର ପାଖାପାଖି ହୋଇଥିଲେ ବି ଗାଁ ସହିତ ବିଶେଷ ସମ୍ପର୍କ ନାହିଁ କହିଲେ ଚଳେ ।
ଶ୍ରୀବାସ୍ତବର ଅଜାଘର ଗାଁ ସାକ୍ଷୀଗୋପାଳ ଠାରୁ କିଛି ଦୂରରେ । ଜୀଅପୁର । ତାଙ୍କ ଗାଁକୁ ଯିବାକୁ ହେଲେ ସାକ୍ଷୀଗୋପାଳ ଦେଇ ଯିବାକୁ ହୁଏ । କଥା ପ୍ରସଙ୍ଗରେ ତା’ର ଅଜା ତାଙ୍କ ଗାଁକୁ ଭୁରିଭୁରି ପ୍ରଶଂସା କରିବା କଥା ସେ ବହୁବାର ଶୁଣିଛି । ସେ ଯେତେଥର ସେଇ ଗାଁକୁ ଯାଇଛି, ସେ ସେତିକି ଆନନ୍ଦ ଅନୁଭବ କରିଛି । ଅଜାଙ୍କ କଥାକୁ ସେ ମନେ ମନେ