
ପରିଚୟ
ଶ୍ରୀଯୁକ୍ତ ରଘୁନନ୍ଦନ ମହାପାତ୍ର
ଜନ୍ମ ତାରିଖ ୦୨.୧୦.୧୯୫୧
ଠିକଣା : ଭୁବନେଶ୍ବର
ଫୋନ ନମ୍ବର : x
ଓଡ଼ିଆ ଶିଶୁ ସାହିତ୍ୟ ଜଗତର ପ୍ରତିଭାବାନ ସ୍ରଷ୍ଟା, ଶିଶୁ କିଶୋର ସାହିତ୍ୟ ଏକାଡେମୀ ର ମାନନୀୟ ସଦସ୍ୟ ଶ୍ରୀଯୁକ୍ତ ରଘୁନନ୍ଦନ ମହାପାତ୍ର ଙ୍କର ଜନ୍ମ ୧୯୫୧ ମସିହା ଅକ୍ଟୋବର ମାସ ୨ତାରିଖ ରେ ପୁରୁଣା ଭୁବନେଶ୍ୱର ର ହରଚଣ୍ଡି ସାହିରେ ଶ୍ରୀ ମହାପ୍ରଭୁ ଲିଙ୍ଗରାଜଙ୍କ ସେବାୟତ ପରିବାରରେ ହୋଇ ଥିଲା। ପିତା ଆର୍ତ୍ତତ୍ରାଣ ମହାପାତ୍ର ଏବଂ ମାତା ଲକ୍ଷ୍ମୀଦେବୀଙ୍କ ଆଶୀର୍ବାଦ ରୁ ଶ୍ରୀଯୁକ୍ତ ମହାପାତ୍ର ପିଲାଟି ଦିନରୁ ସାରସ୍ୱତ ସାଧନାରେ ମନନିବେଶ କରି ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଅନେକ ପୁସ୍ତକ ରଚନା କରିବା ସହିତ ଶତାଧିକ ଅନୁଷ୍ଠାନରୁ ଲାଭ କରିଛନ୍ତି ଅନେକ ପୁରସ୍କାର। ଆଜି ୭୪ ତମ ଜନ୍ମ ଦିନରେ ଶ୍ରୀଯୁକ୍ତ ମହାପାତ୍ର ଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ମହାପ୍ରଭୁ ଙ୍କ ନିକଟରେ ପ୍ରାର୍ଥନା କରୁଛୁ।
ମିଳିଥିବା ଶୁଭେଚ୍ଛା ବାର୍ତ୍ତା
ଜୟକୃଷ୍ଣ ସାହୁ
01-10-2026 / 18:21:01
ଵଡ଼ ଭାଇ, ନମସ୍କାର। ଜନ୍ମଦିନର ଶୁଭ ଅଵସରରେ ତୁମର ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି।
ଜୟକୃଷ୍ଣ ସାହୁ
03-10-2025 / 11:21:38
ବଡ଼ ଭାଇ ନମସ୍କାର। ଆପଣଙ୍କ ସଦା ସର୍ବଦା ସୁଖୀ ରହିଥାଆନ୍ତୁ।
ହଂସନାଥ ମୁଦୁଲି
02-10-2025 / 09:41:58
ଅଭିନନ୍ଦନ ହୃଦୟରୁ। ପ୍ରଣାମ।
Govinda Chandra Tripathy
01-10-2025 / 12:30:30
