
ପରିଚୟ
ଶ୍ରୀମତୀ ଆଶାଲତା ପ୍ରଧାନ
ଜନ୍ମ ତାରିଖ ୦୫.୧୦.୧୯୫୭
ଠିକଣା : ନିମାପଡା
ଫୋନ ନମ୍ବର : x
ରାଜ୍ଯପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷୟତ୍ରୀ, ଶିଶୁ କିଶୋର ସାହିତ୍ୟ ଏକାଡେମୀ ର ମାନନୀୟା ସଦସ୍ୟା ଶ୍ରୀମତୀ ଆଶାଲତା ପ୍ରଧାନ ଙ୍କର ଜନ୍ମ ୧୯୫୭ ମସିହା ଅକ୍ଟୋବର ମାସ ୫ ତାରିଖ ରେ ପୁରୀ ଜିଲ୍ଲା ନିମାପଡା ନିକଟ ରାଜରାଶୀ ଗ୍ରାମ ରେ ହୋଇଥିଲା। ପିତାସ୍ୱପ୍ନେଶ୍ୱରଏବଂ ମାତା ରଙ୍ଗଲତା ଙ୍କର ଆଶୀର୍ବାଦ ରୁ ଶ୍ରୀମତୀ ପ୍ରଧାନ ନିଜର ସାରସ୍ୱତ ସାଧନା କୁ ବଜାୟରଖି ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଆଜି ୬୮ତମ ଜୟନ୍ତୀ ଉତ୍ସବ ରେ ଏକାଡେମୀ ପକ୍ଷରୁ ଶ୍ରୀମତୀ ପ୍ରଧାନ ଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ମହାପ୍ରଭୁ ଙ୍କ ନିକଟରେ ପ୍ରାର୍ଥନା କରୁଛୁ।
