ଗପ
ମା` ଦୁର୍ଗାଙ୍କୁ ଦର୍ଶନ କଲେ ମାଙ୍କଡ ଛୁଆ

ଛୁଆମାନେ ମାଆକୁ ପଚାରିଲେ,ମା` ! ଆମେ କ`ଣ ଦେବୀ ଦୁର୍ଗାଙ୍କୁ ଦର୍ଶନ କରି ପାରନ୍ତେ ନାହିଁ ମଣିଷଙ୍କ ଭଳି ?
ମାଆ କହିଲେ ମଣିଷ ତ ଆମର ବଇରୀ। ସେମାନଙ୍କ ବାଡି ବଗିଚାରେ ପଶି ଆମେ ଫଳ ଫସଲ ଖାଇ ଯାଉଛନ୍ତି ବୋଲି ସେମାନେ ଆମକୁ ଦେଖିଲେ ଘଉଡାଇ ଦେଉଛନ୍ତି। ତା ପରେ ପୂଜାରେ ବି ରାସ୍ତାଘାଟ ପୂଜା ମଣ୍ଡପ ସବୁଠି ଲୋକ ଭିଡ। ରାତିରେ ଚିକ୍ ମିକ୍ ଆଲୁଅ ତ ଦିନରେ ବାଜା ବାଣ ମାଇକ୍ ର କାନଫଟା ଶବ୍ଦ। ଆମକୁ ସେ ସୁଯୋଗ କେବେ ବି ମିଳିବ ନାହିଁ।
ତମେ ଦୁହେଁ ଏଇ ଗଛରେ ଥାଇ ବି ମା` ଦୁର୍ଗାକୁ ଦେଖି ପାରିବ। କିନ୍ତୁ ତମର ସେଇଭଳି ଭକ୍ତି ଦରକାର। କିଛି ପୁଷ୍ପାଞ୍ଜଳି ବା ଭୋଗ ବାଢିବାର ଆବଶ୍ୟକତା ନାହିଁ। ସାନ ଛୁଆଟି କହିଲା ମା` ! ଏ ସବୁ କ`ଣ ଆମ ଦ୍ବାରା ସମ୍ଭବ? ମା` କହିଲା ତମେ ଥରଟିଏ ପରୀକ୍ଷା କର। ଯଦି ସଫଳ ନ ହେବ ତେବେ ମତେ କହିବ।
ସତକୁ ସତ ଛୁଆ ଦୁହେଁ ସେଇ ଗଛ ଡାଳରେ ବସି ଭକ୍ତିର ସହିତ ମାଆ ଦୁର୍ଗାଙ୍କୁ ସ୍ମରଣ କଲେ। ଭାବଭକ୍ତିର ମାତ୍ରା ଏତେ ଦୃଢ ଥିଲା ଯେ,ସେ ଦୁହେଁ ଆଖି ବନ୍ଦ କରି ମାଆ ଦୁର୍ଗାଙ୍କର ରୂପକୁ ଅନୁଭବ କରି ପାରୁଥିଲେ। ହାତ ଯୋଡି ନମସ୍କାର କରିବା ବେଳେ ତାଙ୍କ ଦେହରେ ନୂଆ ପୁଲକ ଅନୁଭବ କରୁଥିଲେ।
ମାଆ ପାଖକୁ ଦୌଡିଯାଇ କହିଲେ ମା` ତମ କଥା ସତ ହେଲା ଆଉ ଆମେ ଜଗତଜନନୀ ମାଆ ଦୁର୍ଗାଙ୍କର ଦୁଷ୍ଟବିନାଶିନୀ ରୂପକୁ ଦେଖି ଧନ୍ୟ ହେଲୁ।
∎
ସଦସ୍ଯ
ଶିଶୁ କିଶୋର ସାହିତ୍ଯ ଏକାଡେମୀ ,ଓଡିଶା।

ଲେଖା ସମ୍ପର୍କୀୟ ମତାମତ
କୀର୍ତ୍ତନ ସାହୁ
01-10-2026 / 15:49:23
ଭକ୍ତିଭାବକୁ ନେଇ ଏକ ସୁନ୍ଦର ଗପ ।