ବାପା ମାଆ ଦିବ୍ୟ ସ୍ୱରୂପ ସାହୁ ମଇ: ୨୦୨୬ Canonical: https://sishu.kabitawithoutborders.org/shishu/young_details-e101d27331.html କବିତା ବାପା ମାଆ ଲେଖା : ଦିବ୍ୟ ସ୍ୱରୂପ ସାହୁ ମାଆର ଆସନ ବାପା ନେବେନାହିଁ ବାପା ର ଆସନ ମାଆ ଦୁହିଁଙ୍କର ଅଟେ ସ୍ବତନ୍ତ୍ର ଆସନ ଚଳନ୍ତି ଠାକୁର ଆହା। ମାଆ ବିନା ଆମ ଘର ଲାଗେ ଶୂନ୍ୟ ବପାବିନା ସବୁ ଅନ୍ଧାର ଜଣେ ଦେହ ହେଲେ ଆଉଜଣେ ଛାଇ ସିଏ ଥିଲେ ସବୁ ସୁନ୍ଦର ଅତି ନିକଟରେ ରହିଥାନ୍ତି ବୋଲି ବୁଝୁନା ସିନା ମହତ୍ଵ ଦୂର ହୋଇ ସତ ଜାଣିଲା ବେଳକୁ ଖାଲି ଥାଏ ଅନୁତାପ। ପିତା ମାତା ଆମ ଚଳନ୍ତି ଦେବତା ଆମେ ସବୁ ତାଙ୍କ ସନ୍ତାନ ତାଙ୍କ ଆଶୀର୍ବାଦ ପାଇଥିଲେ ଆମେ ହେବା ଆମେ ଭାଗ୍ୟବାନ। ∎ ଅଷ୍ଟମ ଶ୍ରେଣୀ, ନବୋଦୟ ବିଦ୍ୟାଳୟ, ପାଣିକୋଇଲି