ଚେଷ୍ଟାକଲେ ସବୁ ହେବ ସାଦ୍ୟାନ୍ତ ଶତପଥୀ ଜୁଲାଇ: ୨୦୨୫ Canonical: https://sishu.kabitawithoutborders.org/shishu/young_details-870e035296.html ଗପ ଚେଷ୍ଟାକଲେ ସବୁ ହେବ ଲେଖା : ସାଦ୍ୟାନ୍ତ ଶତପଥୀ ଗାଁଟିଏ । ନାଁ ତାର ମଧୁପୁର । ସେଠାରେ ରାମୁ ବୋଲି ଗୋଟିଏ ପିଲା ଥିଲା । ସେ ପଂଚମ ଶ୍ରେଣୀରେ ପଢେ । ସବୁଦିନ ବିଦ୍ୟାଳୟକୁ ଯାଏ । କିନ୍ତୁ ସେ ଯେଉଁ କାମ କରେ ସେଥିରେ ସେ କୈାଣସି ସଫଳତା ପାଏ ନାହିଁ । ଏମିତିକି ପାଠରେ ବି ସେ ଭଲ ନମ୍ବର ରଖେ ନାହିଁ । କରଣ ସେ ଚେଷ୍ଟା ନକରି ସହଜରେ ସବୁ କାମ ଅନ୍ୟ ଦ୍ୱାରା ସାରିବାକୁ ଚିନ୍ତା କରେ । ପାଠ ନପଢି ହେଳା କରେ । ବହି ଧରି ବସେ କିନ୍ତୁ ପଢେ ନାହିଁ । ପଢିବାକୁ ଚେଷ୍ଟା ନକରି ସବୁବେଳେ ବାହାନା କରି ଠକେ । ପରୀକ୍ଷାରେ ଫେଲ ହେଲେ କୁହେ ମୋ ଦ୍ୱାରା କିଛି ହେଉନି । ତାର ଗୁରୁମା ଗୁରୁଜୀମାନେ ସବୁବେଳେ କୁହନ୍ତି ରାମୁ ତୁ ବହୁତ ଭଲ ପିଲା । ତୁ ନିଜେ ପରିଶ୍ରମ କର । ସଫଳତା ପାଇବାକୁ ହେଲେ ଚେଷ୍ଟା ଜାରି ରଖିବା ଦରକାର । ଦେଖିବୁ ତୋ ଦ୍ୱାରା ସବୁ ହେବ । କିନ୍ତୁ ରାମୁ ଏସବୁ କଥା ମାନେ ନାହିଁ । କିଛିଦିନ ପରେ ତାର ପରୀକ୍ଷା ଆସିଲା । ସେ ପରୀକ୍ଷା ଦେଲା । ସେ ପରୀକ୍ଷାରେ ରଖିଲା ଶହେରୁ ଶୂନ । ସେଥିପାଇଁ ତାର ବାପା ତାକୁ ଗାଳି କଲେ । ଆଉ କହିଲେ ତୁ କାହିଁକି ପରୀକ୍ଷାରେ ଫେଲ ହେଲୁ ? ତାପରେ ରାମୁ କହିଲା ମୋର ଏମିତି କଣ ପାଇଁ ହେଉଛି ଜାଣି ପାରୁନି । ବାପା କହିଲେ ତୁ ପ୍ରକୃତରେ ଚେଷ୍ଟା କରୁନାହୁଁ । ଏବେଠାରୁ ଚେଷ୍ଟା କର ଦେଖିବୁ ତୋ ହାତରେ ସବୁ ହେବ । ତାପରେ ସେ ଚେଷ୍ଟା ଜାରି ରଖିଲା । ପର ବର୍ଷ ପରୀକ୍ଷା ଦେଲା । ଏଥର ପରୀକ୍ଷା ପରେ ବେଶ ଖୁସି ଥିଲା ରାମୁ । କରଣ ସେ ନିଜେ ଚେଷ୍ଟା କରି ମନ ଲଗାଇ ପଢିଥିଲା । ଏଣୁ ସେ ପରୀକ୍ଷାରେ ଭଲ କରିଛି । ଫଳ ବାହାରିଲାରୁ ଜଣା ପଡିଲା ରାମୁ ରଖିଛି ଶହେରୁ ଶହେ । ତାପରେ ତକୁ ସମସ୍ତେ କହିଲେ ଦେଖିଲୁ ତୁ ଚେଷ୍ଟା କଲାରୁ ସବୁ ହେଲା । ସମସ୍ତଙ୍କ କଥା ଶୁଣି ରାମୁ ବି ବହୁତ ଖୁସି ହେଲା । ∎ ସପ୍ତମ ଶ୍ରେଣୀ ମଦର୍ସ ପବ୍ଲିକ ସ୍କୁଲ, ପୁରୀ