ସୁନ୍ଦର ଆମ ଓଡ଼ିଶା ପ୍ରତିଶ୍ରୁତି ଦାସ ଏପ୍ରିଲ: ୨୦୨୬ Canonical: https://sishu.kabitawithoutborders.org/shishu/young_details-1ec52c5549.html କବିତା ସୁନ୍ଦର ଆମ ଓଡ଼ିଶା ଲେଖା : ପ୍ରତିଶ୍ରୁତି ଦାସ ସୁନ୍ଦର ଆମ ଓଡ଼ିଶା ସୁନ୍ଦର ଏଇ ମରତ ସୁନ୍ଦର ଏଇ ଭାରତ ସବୁ ଭିତରେ ସୁନ୍ଦର ଓଡ଼ିଶା ମାଆ ଆମର। ତା ପାଣି ପବନ ସବୁଠୁ ମଧୁର ପାଦ ପଖାଳଇ ମହୋଦଧି ଯାର ସଂସ୍କୃତି ତାହାର ବଡ ମହାନ୍। କୀରତି ରାଜିରେ ସିଏ ପରିପୂର୍ଣ୍ଣ। ଗିରି ଗୁମ୍ଫା ଆଉ ମସ୍ ଜିଦ୍ ମନ୍ଦିର ପରିଚୟ ଦିଏ କଳା ଭାସ୍କର୍ଯ୍ୟର। ∎ ଶ୍ରେଣୀ -ପଞ୍ଚମ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଖେଲାର ନିମାପଡ଼ା ପୁରୀ