ଭୋଜିର ମଜା ବଟକୃଷ୍ଣ ଦାସ ଜାନୁଆରୀ: 2026 Canonical: https://sishu.kabitawithoutborders.org/shishu/young_details-16a250fd6f.html କବିତା ଭୋଜିର ମଜା ଲେଖା : ବଟକୃଷ୍ଣ ଦାସ ପୁରୁଣା ବରଷ ଯାଉଛି ସରି ଭୋଜି କରିଯିବା ପଡିଲା ହୁରି । ପାଞ୍ଚ ଜଣ ସାଙ୍ଗ ଏକାଠି ହେଲେ ଡେକିଚି କଡେଇ ଯୋଗାଡ କଲେ । ଭୋଜିର ହିସାବ ତାଲିକା କରି ପହଞ୍ଚିଲେ ମାଛ ଦି`କିଲ ଧରି । ଚୁଲି ଲଗାଇଲେ ଛାଣିବେ ମାଛ ବାକି କଥା ସବୁ ରହିଲା ପଛ । ରନ୍ଧାରନ୍ଧି କାମ ସରିବା ପରେ ଖଲି ଚଉପଦି ଧୋଇଲେ ଖରେ । ଗୋଲାକାର ହୋଇ ସଭିଏଁ ବସି ଖାଉଥିଲେ ଭୋଜି ହାତେ ପରସି । ତରତରେ ମାଛ ଖାଉଣୁ ବଣ୍ଟି କଣ୍ଟା ଲାଖିଗଲା ତାହାର ତଣ୍ଟି । କଥା କିଛି କହି ପାରିଲା ନାହିଁ ବିକଳେ ରହିଲା ସଭିଙ୍କୁ ଚାହିଁ । ଡାକତର ଖାନା ସେଇଠୁ ଗଲା ଦି`ଘଣ୍ଟାରେ କଣ୍ଟା ବାହାର ହେଲା । ଫେରିଆସି ବଣ୍ଟି କହିଲା ଭାଇ ତରତରେ କେହି ଖାଇବା ନାହିଁ । ଖାଦ୍ୟକୁ ଚୋବାଇ ଖାଇବା ଭଲ ନୋହିଲେ ହୋଇବ`ଟି କଲବଲ । ∎ ଦଶମ ଶ୍ରେଣୀ ବଲାସିଂହା ଉଚ୍ଚ ବିଦ୍ୟାଳୟ ଅନୁଗୋଳ