ସୋନାଲିର ଦୁର୍ଗାପୂଜା ସାଦ୍ୟାନ୍ତ ଶତପଥୀ ସେପ୍ଟେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/young_details-08d082707f.html ଗପ ସୋନାଲିର ଦୁର୍ଗାପୂଜା ଲେଖା : ସାଦ୍ୟାନ୍ତ ଶତପଥୀ ଦୁର୍ଗାପୂଜା ଆସିଲାଣି । ଲୋକେ ଘର ଦୁଆର ମୁହଁରେ ମଣ୍ଡପ କରି ସଜାଉଥାନ୍ତି । ରଙ୍ଗବେରଙ୍ଗର କାଗଜ କାଟି ଲଗାଉଥାନ୍ତି । ଲିଚୁମାଳ ଓହଳାଉଥାନ୍ତି । ସୁନ୍ଦରଭାବରେ ମଣ୍ଡପକୁ ସୁସଜ୍ଜିତ କରୁଥାନ୍ତି । ତେବେ ବହୁତ ଲୋକ ନିଜ ଘର ସାମ୍ନାରେ ମଣ୍ଡପ କରି ଦୁର୍ଗାଙ୍କ ମୁର୍ତିଙ୍କୁ ବସାଇଥାନ୍ତି । ବଡବଡ ମୁର୍ତ ବି ଆଣୁଥାନ୍ତି । ସୋନାଲିର ତ ଗରିବ ପରିବାର । ତା ମୁଣ୍ଡରେ ଚିନ୍ତା ପଶିଲା । କେମିତି ବଡ ଦୁର୍ଗା ମୁର୍ତି ଆଣିବ ସେକଥା ଭାବୁଥାଏ । ସୋନାଲି ତାର ବାପାଙ୍କୁ କହିଲା । ବାପା କହିଲେ ବୁଝିଲୁ ଝିଅ ଆମେ ପରା ଗରିବ ଲୋକ । ଏଣୁ ଏତେ ଅର୍ଥ କେଉଁଠୁ ଆଣିବା । ଝିଅ ସୋନାଲି ମନ ଉଣା କରି ରହିଲା । ପୂଜା ଦିନ ଆସିଲା । ସବୁ ମଣ୍ଡପରେ ଦୁର୍ଗାପୂଜା ହେଲା । ସୋନାଲି ଘର ପଡୋଶୀଙ୍କ ମଣ୍ଡପରେ ଏକ ଦୁର୍ଗାମୂର୍ତି ପୂଜା ପାଉଥାନ୍ତି । ସୋନାଲି ସେଠାକୁ ଗଲା ଏବଂ ଭକ୍ତି ଭାବରେ କହିଲା ମଆ ଆମେ ଗରିବ ବୋଲି କଣ ଆମେ ମଣ୍ଡପ କରି ତୁମର ପୂଜା କରିପାରିବୁନି ? ସୋନାଲିର ଭକ୍ତି ଭାବରେ ମାଆ ଦୁର୍ଗା ପ୍ରକଟିତ ହେଲେ ଏବଂ କହିଲେ ବୁଝିଲୁ ସୋନାଲି ମଣ୍ଡପ କରିବା, ବଡ ମୁର୍ତି ଆଣିବା ବଡ କଥାନୁହେଁ । ଭକ୍ତି ହେଉଛି ବଡ । ସବୁବେଲେ ଭକ୍ତର ଭଗବାନ । ଭକ୍ତି ନଥାଇ ବଡ ମୁର୍ତିକୁ ନେଇ ପ୍ରତିଯୋଗୀତା କଲେ ତାର କିଛି ମୂଲ୍ୟ ନଥାଏ । ଏଣୁ ତୋ ଭକ୍ତିରେ ମୁଁ ପ୍ରସନ୍ନ । ମାଆ କହିଲେ ତୁ ମୋଠାରୁ କଣ ଉପହାର ନେବାକୁ ଚାହିଁବୁ ? ସୋନାଲି କହିଲା ମାଆ ମୋର ଉପହାର କଣ ହେବ କେବଳ ଏତିକି ଆଶୀର୍ବାଦ କରନ୍ତୁ ଯେମିତି ସମସ୍ତଙ୍କର ମଙ୍ଗଳ ହେବ । ଦେବୀ ଦୁର୍ଗା ତଥାସ୍ତୁ କହି ଅର୍ନ୍ତଦ୍ଧାନ ହୋଇଗଲେ । ମାଆଙ୍କଠାରୁ ଏକଥା ଶୁଣି ସୋନାଲିର ମନ କୁଣ୍ଡେମୋଟ । ସୋନାଲି ପୂଜାର ମହତ୍ୱ ବୁଝିପାରିଲା । ଘରେ ବାପାମାଆଙ୍କୁ ଏସବୁ କହିଲା । ବାପାମାଆ ସୋନାଲିର କଥାକୁ ବିଶ୍ୱାସ କରୁନଥିଲେ । କିଛିଦିନପରେ ତାଙ୍କ ଘରର ସବୁ ଅସୁବିଧା ଦୂର ହୋଇଗଲା । ଏହା ଦେଖି ସୋନାଲିର ବାପାମାଆ କଥାବାର୍ତା ହେଲେ ସୋନାଲି ଠିକ କହୁଥିଲା । ଏ ସବୁ ଦେବୀ ମାଆଙ୍କ ଦୟା ବାପାମାଆ ସୋନାଲିକୁ କହିଲେ ତୁ ହିଁ ଦେବୀ ଦୁର୍ଗାଙ୍କ ପରମ ଭକ୍ତ । ∎ ଶ୍ରେଣୀ- ୭ମ ମଦର୍ସ ପବ୍ଲିକ ସ୍କୁଲ, ପୁରୀ