ଆମେ ବିଜ୍ଞାନ ଯୁଗର ପିଲା ମନୋରମା ମିଶ୍ର ଜାନୁୟାରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-fe7a3fca84.html ବିଜ୍ଞାନ ଆମକୁ ଦେଇଅଛି ଯାହା କିଏ ଦେବ ଅବା ହିସାବ ତା`ର, ନୂଆ ନୂଆ ଯେତେ ଜିନିଷ ଦେଖୁଛୁ ଭଳି ଭଳି ଦାନ ସବୁ ତାହାର । ନିତିଦିନ ଆମ ଚଳିବାରେ ଏବେ ବିଜ୍ଞାନ କରୁଛି ସାହାଯ୍ୟ କେତେ, ରାନ୍ଧିବା ଖାଇବା ପଢିବା ବୁଲିବା ବିଜ୍ଞାନ ପାଇଁକି ସହଜ ଯେତେ। ଏସି ଗ୍ରାଇଣ୍ଡର କାଲକୁଲେଟର୍ ଓ୍ୱାସିଙ୍ଗମେସିନ୍ ଗ୍ୟାସଚୁଲା, କମ୍ପ୍ୟୁଟର ଟିଭି ଡିଭିଡିପ୍ଲେୟାର ମୋବାଇଲଫୋନ୍ ବିଜ୍ଞାନ ଦେଲା। ଏରୋପ୍ଲେନ୍ ଆଉ ଟଲିଫୋନ୍ ଯୋଗୁ ପୃଥିବୀ ଲାଗୁଛି ଅନେକ ଛୋଟ, ବିଜ୍ଞାନର ଦାନ ଇଣ୍ଟରନେଏଟ୍ ଦେଖାଏ ଆମକୁ ନୂତନ ବାଟ। ଭଲକାମେ ତାକୁ ଲଗାଇଲେ ଆମେ ସୁବିଧା ଆମକୁ ଦେଉଛି ଦେବ, ଖରାପ କାମରେ ଲଗାଇଲେ ତାକୁ ବୋମା ହୋଇ ସିଏ ଜୀବନ ନେବ। ଶେଷରେ ଏତିକି ବୁଝିଅଛୁ ଆମେ ସବୁର ପଛରେ ମଣିଷ ହାତ, ଆମେ ବି ଚାହିଁଲେ ବୈଜ୍ଞାନିକ ହୋଇ ନୂଆ କିଛି କରି ହେବା ବିଖ୍ୟାତ। ନୀଳାଦ୍ରିବିହାର ଭୁବନେଶ୍ୱର