କୁଆଡେ ଥିଲୁ ରଘୁନନ୍ଦନ ମହାପାତ୍ର ଅକ୍ଟୋବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-fe4f571761.html ସକାଳ ହେଲେ ଗାଆଁ କୁ ଆସି ହୁଁ ଙ୍କାର କରୁଥିଲୁ ଚାଳ ଉପରେ ଧାଆଁ ଧପଡ଼ ଡିଆଁ ଟା ମାରୁଥିଲୁ। ଦେଖିଛି ତୋତେ ବଡ଼ି ସକାଳୁ ଆମ ବାଡ଼ିରେ ପଶି ଦାନ୍ତ ଦେଖାଇ ମନ ଖୁସିରେ ଖାଉ ପିଜୁଳି କଷି। ଦେଖିଛି ତୋତେ ଅନେକ ଥର ଝରକା ଦେଇ ଚାହୁଁ ମୋ ପଢା ଘର ଆଖି ବୁଲାଇ ମୋତେ ଖତେଇ ହଉ। ତୋ ସହ ପାତି ହୋଇଛି ଦେଖା ଅନେକ ଦିନ ପରେ ପାତିମାଙ୍କଡ ଖାଆ କଦଳୀ ଦାନ୍ତ ନିକୁଟି ଥରେ। ∎