ସବୁରି ଓଠରେ ହସ ଭରିବା ନିରାକାର ଚଇନି ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-fe1f30ea01.html ଆସିଛି ଆସିଛି ଅଗଷ୍ଟ ପନ୍ଦର ଖୁସି ଆମ ମନରେ ଫର ଫର ଉଡ଼ି ତ୍ରିରଙ୍ଗା ପତାକା ଶାନ୍ତିର ବାରତା କହେ କାନରେ। ଉଣେଇଶ` ସତ ଚାଳିଶ ମସିହା ଆଜି ପରି ଏଇ ଶୁଭ ଲଗନେ ଫିରିଙ୍ଗିର ବେଡ଼ି ଫିଟାଇ ହାତରୁ ହଜି ଯାଇଥିଲୁ ସୁନା ସପନେ। ଗାନ୍ଧି ଜବାହାର ସୁବାଷଙ୍କ ପରି ହଜାର ହଜାର ଦେଶ ଭକତ ଭାରତ ମାତାର ଲୁହ ପୋଛିଦେଲେ ନିଗାଡ଼ି ଆପଣା ଦେହୁ ରକତ। ସେଇମାନଙ୍କର ଅମର କୀରତି ମନେ ପକେଇବା ଆସ ସରବେ ସ୍ୱାଧୀନ ଦେଶର ସନ୍ତାନ ଆମେରେ କହିଦେବା ଦୁନିଆକୁ ଗରବେ। ଜାତି ଧରମର ଭେଦଭାବ ଭୁଲି ଏକ ମନ ହୋଇ ପଣ କରିବା ଜ୍ଞାନ ବିଜ୍ଞାନର ପ୍ରଦୀପ ଜଳେଇ ସବୁରି ଓଠରେ ହସ ଭରିବା। ∎ ସୁବୁଦ୍ଧିସାହି, ଜଗମୋହନ ପୁର, କେନ୍ଦୁଝର -୮୪ ମୋ - ୮୨୪୯୩୮୭୯୭୩