ଭାବର ଠାକୁର ବିଜୟ କୁମାର ଛାଟୋଇ ଜୁଲାଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-fdb3bea438.html ଜଗତ ଯାକରେ ଏମିତିକା ଦିଅଁ ଦେଖିଛରେ କିଏ ଦେଖିଛ, ବଡ଼ ଦିଅଁ ବୋଲି ଭାରି ଜଣାଶୁଣା ରଥରେ କିଏ ନ ଭେଟିଛ ।। ବରଷକେ ଥରେ ଆଷାଢ଼ ମାସରେ ପଡ଼ିଥାଇ ରଥ ଯାତରା, ସାରା ପୃଥିବୀର ଭକତ ଆସିକି ମାଗିଥାନ୍ତି କେତେ ଆଶରା ।। ନାହିଁ ଜାତି ଧର୍ମ ବର୍ଣ ଭେଦଭାବ ସଭିଏଁ ସମାନ ଏଠାରେ , ବଡ଼ଦାଣ୍ଡ ଧୂଳି ଦେହେ ବୋଳି ହୋଇ ନିତି ହେଉଥିବା ଭେଟରେ।। ପତିତପାବନ ବାନା ଉଡ଼ୁଥାଇ ଫରଫର ହୋଇ ନେତରେ, ନୀଳାଚଳ ସ୍ଥାନ ଶ୍ରେଷ୍ଠ ପୁରୀ ଧାମ ଜୀବନରେ ଥରେ ଦେଖରେ ।। ସାରା ଜଗତରେ ବଡ଼ ଦିଅଁ ବୋଲି ହୁରି ପଡ଼ୁ ଥାଇ ସବୁଠି , ଭାବରେ ଡାକିଲେ କାନ ସେ ଡେରନ୍ତି ଥାଅରେ ଯେପରି ଯେଉଁଠି ।। ∎ ମହୁରା,ସତ୍ୟବାଦୀ, ପୁରୀ