ଦୂରରୁ ହୁଅ ଗେଲ ସୁଶ୍ରୀ ସବିତା ଭୋଇ ଫେବୃଆରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-fda5ac8695.html ଆକ୍ଵାରିଅମର ମାଛକୁ ଦେଖି ବିଲେଇ ଅଛି ଚାହିଁ ମାଛ କହୁଛି ନାଚିନାଚିକା ପାରିବ ନାଇଁ ଛୁଇଁ । ରଙ୍ଗରଙ୍ଗିଆ ମାଛକୁ ଦେଖି ଲାଳ ପଡୁଛି ଗଡି ନିରିଭୟରେ ମାଛ ଖେଳନ୍ତି ମଜାରେ ଯୋଡିଯୋଡି । ବିଲେଇ କହେ - ଖାଇବି ନାଇଁ ଆସ ମୋ ସାଥେ ଖେଳ ମାଛ କହିଲା - ଭାବଟା ଥାଉ ଦୂରରୁ ହୁଅ ଗେଲ । ସଂପାଦିକା - ଇନ୍ଦ୍ରଧନୁ ଦମକିପାଲି ,ପାଟଣାଗଡ,ଜି.ବଲାଙ୍ଗିର