ହୋଲିଗୀତ ମନଲାଖି ନଗେନ୍ଦ୍ର ନାଥ ପଟ୍ଟନାୟକ ମାର୍ଚ୍ଚ: ୨୦୨୬ Canonical: https://sishu.kabitawithoutborders.org/shishu/article_details-fd60509950.html ବରଷକେ ଥରେ ଆସିଚିରେ ହୋଲି ଇନ୍ଦ୍ରଧନୁ ରଙ୍ଗ ମାଖି ଦଳଦଳ ପିଲେ ଗାଇ ବୁଲୁଚନ୍ତି ହୋଲିଗୀତ ମନଲାଖି । ହସ-ଖୁସି ,ସ୍ନେହ-ପୀରତି ବରଷା ଝରଇ ମୁକୁତା ଭଳି ନୀଳ ହଳଦିଆ ଗୋଲାପି ଅବିର ଲାଲରଙ୍ଗ ଫଗୁ ହୋଲି । କାହା ହାତେ ଶୋହେ ରଙ୍ଗ ପିଚକାରି କିଏ ବୋଳେ ରଙ୍ଗ ଅଙ୍ଗେ ହୋଲିରେ ପିଲାଏ ମଉଜ କରନ୍ତି ମେଳି ହୋଇ ଏକସଙ୍ଗେ । ଭୁଲିଯାଅ ପିଲେ ବଇରୀ ଭାବନା ମନୁ ତଡି ଈର୍ଷା ହିଂସା ଝରୁଥାଉ ତୁଣ୍ଡୁ ମଧୁର ବଚନ ପୋଛିଦେଇ ରାଗ-ରୁଷା । ସଭିଙ୍କ ତୁଣ୍ଡରେ ଭାଇଚାରା ମନ୍ତ୍ର ସିନିହ ସରାଗ ମଧୁ ଫଗୁରଙ୍ଗ ନେଇ ହୋଲିର ପୀୟୂଷ ଝରୁଥାଉ ବିନ୍ଦୁ ବିନ୍ଦୁ । ∎ ମୋ - ୯୪୩୮୩୩୨୧୩୮