ଅଜାଙ୍କ ମଜା କବିଜ୍ୟୋତି ନିରଞ୍ଜନ ପତି ସେପ୍ଟେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-fd5cf3a5dd.html ବର୍ଷା ଆସିଲାଣି ଘରକୁ ଯିବା, ବାଟରୁ କିଣିକି ବେସନ ନେବା । ବରଷା ପାଗକୁ ପକୁଡ଼ି ମଜା, ଖାଇବାକୁ ସଜ ହୋଇଲେ ଅଜା । ଅଦା ଲଙ୍କା ସହ ପିଆଜ କାଟି, ପିଠୋଉ ରେ ଆଈ ଦେଲେତ ଫେଣ୍ଟି । ପକୁଡ଼ି ଭିତରେ ଲଙ୍କା ର ଖଣ୍ଡ, ଚୋବେଇ ପୋଡ଼ିଲା ଅଜାଙ୍କ ତୁଣ୍ଡ । ହୁଉ ହାଆ ହୋଇ ଡେଇଁଲେ ଅଜା ନାତୁଣୀ ଦେଖିଲା ଅଜାଙ୍କ ମଜା । କହିଲା ଚୋବାଅ ମଟର ଭଜା, ଦୂର ହେବ ପାଟି ପୋଡ଼ାର ସଜା । ଟାଣୁଆ ମଟର ଦାନ୍ତରେ ଖାଇ, ଭାଙ୍ଗି ଗଲା ଗୋଟେ ଆଘାତ ପାଇ । ସେଦିନୁ ପକୁଡ଼ି,ମଟର ଭଜା, କେବେ ଖାଆନ୍ତିନି ଧଡ଼ିଆ ଅଜା । ∎ ଗାନ୍ଧୀ ମାର୍ଗ, ଅନୁଗୋଳ ମୋ-୯୯୩୮୧୩୩୫୫୯