ଆସ ଆମେ ଶିଖିବା ପୁରୁଷୋତ୍ତମ ସିଂହ ସାମନ୍ତ ଡିସେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-fcb2dd4e51.html କୋଇଲିର କୁହୁ ପରାଣକୁ ମୋହେ ସାଧନାରେ ମିଳେ ଜ୍ଞାନ ପିତାମାତା ସେବା କରୁଥିବ ନିତି ପୁଜୁଥିବ ଗୁରୁଜନ | ଫୁଲରୁ ଫୁଲ ଉଡି ମଧୁମକ୍ଷିକା ସଞ୍ଚିଥାଏ ସଦା ମହୁ ଜଗତର ହିତେ କର୍ମ ସାଧୁଥିବା ତେଜି ଲୋଭ ମାୟା ସବୁ | ସକାଳୁ ସକାଳୁ ଘରର ମଥାନେ କାଉ ରାବେ କାଆ କାଆ ଆଳସ୍ୟକୁ ଛାଡି ଶଯ୍ୟା ତ୍ୟାଗ କର ନିତ୍ୟକର୍ମ ସାରି ଖାଆ | ସମୀରଣଠାରୁ ସମତା ଗୁଣକୁ ଗିରିବରଠାରୁ ଧର୍ଯ୍ୟ ବିପଦରେ କେବେ ନହେବୁ କାତର ଶିଖିବୁ ଧରାଠୁ ଶୌର୍ଯ୍ୟ | ରବି ସମ ସଦା ତେଜ ବିତରିବୁ ବିକାଶିଣ ଜ୍ଞାନ ଧର୍ମ କରମେ ସର୍ବଦା ଦେଉଥିବୁ ଧ୍ୟାନ ଗୁଣେ ହରୁଥିବୁ ମର୍ମ | ଦେଶ ପ୍ରେମ ଭାବ ଜଗାରିତ କରି କରୁଥିବୁ ମାଟି ପୂଜା ସ୍ଵାଧୀନ ଅଖଣ୍ଡ ଭାରତ ଗଠନେ ପ୍ରାଣ ବଳି ଦେଇ ଯାଆ | ∎ (ଶିକ୍ଷକ )ଶ୍ରୀବିହାର , ଅନୁଗୋଳ | ଦୂ;ଭା;--୮୮୯୫୯୧୨୪୨୧