ତ୍ରିରଙ୍ଗା ଆମ ଉଡ଼େ ଫର ଫର ବୃନ୍ଦାବନ କୁମ୍ଭାର ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-fc51d5c98c.html ତ୍ରିରଙ୍ଗା ଆମ ଉଡ଼େ ଫରଫର ଦେଖରେ ଭାଈ ଦେଖ ପରାଧୀନେ ଥିଲା କଷଣ ସ‌ହି ଲଭୁନ ଥିଲା ସୁଖ। କଟା ଘା,ରେ ଚୂନ ଦେଲା ପରି ସେ ପାଉଥିଲେ ଯେ ଦୁଃଖ କେତେ ବୀର ସବୁ ଯୁଦ୍ଧ କରିଲେ ଭୀରୁ ନ ହେବା ଶିଖ। ଏଦେଶ ପାଇଁ ଜୀବନ ଦେଲେ ରଖି ଦେଶର ଟେକ ତାଙ୍କ ଆଦର୍ଶ କୁ ମାନି ଚଳିବା ଆମେରେ ଶିଶୁ ଯାକ। ଭାରତ ଛାଡ଼ ଆନ୍ଦୋଳନ କରି ସାହସ ଦେଲେ ଆଣି ଅହିଂସାର ପଥେ ଚାଲିଲେ କେତେ ଗାନ୍ଧୀ ଆଦେଶ ମାନି। ସ୍ବାଧୀନ ଭାରତର ଶିଶୁ ଆମେ ଆମରି ପାଇଁ ଦେଶ ଦୁଃଖୀ ଦରିଦ୍ର ର ସେବା କରିଲେ ବଢିବ ଆମ ଯଶ। ∎ ଟିଟିଲାଗଡ଼,ବଲାଙ୍ଗୀର