ଅଙ୍କାବଙ୍କା ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ଡିସେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-fb78e00ac1.html ଅଙ୍କାବଙ୍କା ଦିଶେ ଗାଆଁ ବାଟ ଆମ ଅଙ୍କାବଙ୍କା ଗାଆଁ ନଈ । ଅଙ୍କାବଙ୍କା ହୋଇ ଧୂଆଁ ଉଠୁଥାଏ ସଞ୍ଜ ଆସେ ଯେବେ ନଇଁ ।। ଅଙ୍କାବଙ୍କା ହୋଇ ସାପ ଚାଲୁଥାଏ ଅରମା ଜଙ୍ଗଲ ମାଡ଼ି । ଅଜାଙ୍କର ପାଦ ଅଙ୍କାବଙ୍କା ପଡ଼େ ହାତରେ ନଥିଲେ ବାଡ଼ି ।। ଦୂର ପାହାଡ଼ ବି ଅଙ୍କାବଙ୍କା ଦିଶେ ଦିଶେ ପୁଣି ମନଲୋଭା । ଅଙ୍କାବଙ୍କା ହୋଇ ଜାତି ଜାତି ଲତା ବଢ଼ାଏ ଗାଆଁର ଶୋଭା ।। ∎ ଭାରତୀ କୁଟୀର ଡୁଙ୍ଗୁରିପାଲି -767023 ସୁବର୍ଣ୍ଣପୁର Mob . 9437640316